July 24, 2026

ଉମରକୋଟ ଏସ୍.ବି.ଆଇ. ଏଟିଏମ ରୁ ୫ ରୁ ୬ ମୁଖାଧାରୀ ଦୁର୍ବୁତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା, ପୋଲିସ ର ତନାଘନା ଜାରି…………

IMG-20260724-WA0108
Share

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ)

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ପୁରୁଣା ବସଷ୍ଟାଣ୍ଡ ନିକଟ କୋଣ୍ଡାଗାଁ ରୋଡ୍ ରେ ଘଟିଛି ଏକ ଚାଞ୍ଚଲ୍ୟ କର ଘଟଣା। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ)ର ଏକ ଏଟିଏମ୍‌କୁ ଦୁର୍ବୃତ୍ତମାନେ ଗ୍ୟାସ କଟର ବ୍ୟବହାର କରି ମେସିନ କାଟି ଲକ୍ଷାଧିକ ଟଙ୍କା ଲୁଟ କରିଥିବା ଘଟଣା ସାମ୍ନାକୁ ଆସିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ଦୁର୍ବୃତ୍ତମାନେ ନିଛାଟିଆ ଶୂନଶାନ ରାତିର ସୁଯୋଗ ନେଇ ରାତି ପ୍ରାୟ ୨ ଟା ରୁ ୩ ଟା ମଧ୍ୟରେ ଏଟିଏମ୍‌ରେ ପ୍ରବେଶ କରି ଗ୍ୟାସ କଟର ସାହାଯ୍ୟରେ ମେସିନ୍‌କୁ କାଟି ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ପ୍ରାତଃ ଭ୍ରମଣ ସମୟରେ ସକାଳୁ ସ୍ଥାନୀୟ ଲୋକ ଏଟିଏମ୍‌ର ଅବସ୍ଥା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଉମରକୋଟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହଯୋଗରେ ଏଟିଏମ୍‌ରୁ ପ୍ରାୟ ୫ ଲକ୍ଷ ୭୦ ହଜାରରୁ ଉର୍ଦ୍ଧ ପରିମାଣର ଟଙ୍କା ଲୁଟ କରାଯାଇଛି ବୋଲି ସୂଚନା ମିଳିଛି। ଏହା ସହ ମୋବାଇଲ ଫୋରେନସିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିଛନ୍ତି ଏବଂ ଦୁର୍ବୁର୍ତ୍ତ ମାନେ ଏକ ଧଳା ରଙ୍ଗର କାର ରେ ପ୍ରାୟ ୫ ରୁ ୬ ଜଣ ଦୁର୍ବୁର୍ତ୍ତ ଆସିଥିଲେ ଏବଂ ସେମାନେ ମୁହଁରେ କପଡା ଗୁଡେଇ ଏଟିଏମ କୁ ଯାଇଥିଲେ ଏବଂ ସେଠାରୁ ଆସି କାର ରେ ବସିଥିବା ସମସ୍ତ ଘଟଣା ନିକଟସ୍ଥ ଏକ ବ୍ୟବସାୟୀ ଙ୍କ ଏକ ସିସିଟିଭି ଫୁଟେଜ୍ ରୁ ଜଣାପଡିଛି । ଏହି ଲୁଟ ପଛରେ ପେସାଦାର ଡକାୟତଙ୍କ ହାତ ଥାଇପାରେ ବୋଲି ଅନୁମାନ କରାଯାଉଛି। ତେବେ ତଦନ୍ତ ଶେଷ ହେବା ପରେ ହିଁ ଏନେଇ ସ୍ପଷ୍ଟ ସୂଚନା ମିଳିବ । ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ପୁଲିସ ତଦନ୍ତ ଜାରି ରଖିଛି। ଘଟଣା ବିଷୟରେ ଖବର ପାଇ ନବରଙ୍ଗପୁର ଏସ.ପି. ପାର୍ଥ କାଶ୍ୟପ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବା ଜଣା ପଡୁଛି। ଘଟଣାକୁ ନେଇ ଏସ ବି ଆଇ ପକ୍ଷରୁ ଉମରକୋଟ ଥାନାରେ ଏକ ଲିଖିତ ଅଭିଯୋଗ ଆଧାରରେ ୨୭୯/୨୬ ରେ କେସ ରୁଜୁ କରାଯାଇ ତଦନ୍ତ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।ଏହି ଘଟଣା ପରେ ଅଞ୍ଚଳରେ ଥିବା ଅନ୍ୟାନ୍ୟ ଏଟିଏମ୍‌ର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି।ପ୍ରାଥମିକ ତଦନ୍ତ ସମୟରେ ଏସ.ପି. ପାର୍ଥ କାଶ୍ୟପ, ଏସ ଡି ପି ଓ ଶୁଭେନ୍ଦୁ ସବର, ଥାନା ଭାରପ୍ରାପ୍ତ ଅଧିକାରୀ ଯୁଗଳ ଶବର ଙ୍କ ସହ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ।