କୋରାପୁଟ ଜିଲ୍ଲାପାଳ ମହୋଦୟ କୋରାପୁଟ ପୌରପାଳିକା ପରିଦର୍ଶନ କରି SIR Hearing ଓ ଆପତ୍ତି ସମ୍ବନ୍ଧୀୟ ବିଭିନ୍ନ ବିଷୟର ଶୁଣାଣି କରିବା ସହ ସମ୍ପୃକ୍ତ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ଓ ମତାମତ ଶୁଣିଥିଲେ
୨୪.୦୭.୨୦୨୬ ଆଜି କୋରାପୁଟ ଜିଲ୍ଲାପାଳ ମହୋଦୟ କୋରାପୁଟ ପୌରପାଳିକା ପରିଦର୍ଶନ କରି SIR Hearing ଓ ଆପତ୍ତି ସମ୍ବନ୍ଧୀୟ ବିଭିନ୍ନ ବିଷୟର ଶୁଣାଣି କରିବା ସହ ସମ୍ପୃକ୍ତ ଲୋକମାନଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା ଓ ମତାମତ ଶୁଣିଥିଲେ।
ଏହା ପରେ ଜିଲ୍ଲାପାଳ ମହୋଦୟଙ୍କ ଅଧ୍ୟକ୍ଷତାରେ କୋରାପୁଟ ପୌରପାଳିକାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ପୌରାଧ୍ୟକ୍ଷ ମହୋଦୟ, କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପୌରପାଳିକାର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ବୈଠକରେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟ, ଜନସେବାର ଗୁଣବତ୍ତା ଏବଂ ସମ୍ପୃକ୍ତ ବିଷୟଗୁଡ଼ିକର ସମୀକ୍ଷା କରାଯାଇ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା।(ଗୁପ୍ତେଶ୍ୱର ରଥ କୋରାପୁଟ)
