ଉମରକୋଟ ନିକଟସ୍ଥ ସିଉନାଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ……….

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ବେହେଡ଼ା କ୍ଲଷ୍ଟର ଅନ୍ତର୍ଗତ ସିଉନାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ସଚେତନାତ୍ମକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟୁଟୁବାବୁ ପଟ୍ଟନାୟକ, ସାଧନ କେନ୍ଦ୍ର ସଂଯୋଜକ ବିଷ୍ଣୁ ପ୍ରସାଦ ସାହୁ, ବୁର୍ଜା ସାଧନ କେନ୍ଦ୍ର ସଂଯୋଜକ ରତ୍ନାକର ଦାଶ, ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପୂର୍ଣ୍ଣ ସାନ୍ତା, ୱାର୍ଡ ମେମ୍ବର ରାଧବ ସାନ୍ତା, ପ୍ରାକ୍ତନ ଏସଏମସି ସଭାପତି ପାଣ୍ଡୁ ସାନ୍ତା, ଡୁଣ୍ଡୁବେଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ପଣ୍ଡା, ନାଙ୍ଗାଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରବିନ ଭତ୍ରା, ସିଉନାଗୁଡା ବିଦ୍ୟାଳୟର ଶିକ୍ଷକ ଅକ୍ଷୟ କୁମାର ସେଠୀ, ଶିକ୍ଷୟିତ୍ରୀ ଅର୍ଚ୍ଚନା ପ୍ରିୟଦର୍ଶିନୀ ଲେଙ୍କା,ଶିରାଗୁଡ଼ା ବିଦ୍ୟାଳୟ ର ଶିକ୍ଷକ ନିଳକଣ୍ଠ ଚମ୍ପତି ଗ୍ରାମବାସୀ ଫୁଲସିଂ ସାନ୍ତା,ବନ ସାନ୍ତା, ଜୟତି ସାନ୍ତା, ସିନ୍ଧୁ ସାନ୍ତା, ଖଗପତି ସାନ୍ତା, ରାମ ସାନ୍ତାଙ୍କ ସମେତ ବିଦ୍ୟାଳୟର ଛାତ୍ରଛାତ୍ରୀବୃନ୍ଦ ଉପସ୍ଥିତ ଥିଲେ l ଅତିଥିବୃନ୍ଦ ବୃକ୍ଷ ସୁରକ୍ଷା ଜୀବନ ରକ୍ଷା ଉପରେ ନିଜ ନିଜ ବକ୍ତବ୍ୟ ରଖି ମାର୍ଗଦର୍ଶନ କରିଥିଲେ l ତତ୍ପରେ ବିଦ୍ୟାଳୟ ପରିବେଶକୁ ସବୁଜ ସୁନ୍ଦର କରିବା ନିମିତ୍ତ ବହୁ ସଂଖ୍ୟାରେ ବିଭିନ୍ନ କିସମର ଚାରା ରୋପଣ ସମ୍ମିଳିତ ଭାବେ କରା ଯାଇଥିଲା l ଏହି ଅବସରରେ ବୁର୍ଜା ସିଆରସିସି ଶ୍ରୀ ରତ୍ନାକର ଦାଶଙ୍କୁ ଉତ୍ତରୀୟ,ଉପହାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ l ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା l
