July 25, 2026

କାଶୀନଗର ଡାକ୍ତରଖାନାରେ ବ୍ୟାପକ ଅବ୍ୟବସ୍ଥା କୁ ନେଇ ଡାକ୍ତରଙ୍କୁ ଘେରାଉ 

IMG-20260724-WA0082
Share

 

 

ପାରଳାଖେମୁଣ୍ଡି:୨୪/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଓ ପରିଚାଳନାଗତ ତ୍ରୁଟି ପାଇଁ ଲୋକେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଘେରାଉ କରିଥିବା ସୂଚନା ମିଳିଛି. ଏଠାରେ

ଉଲ୍ଲେଖଯୋଗ୍ୟଯେ, କିଛିଦିନ ତଳେ ସାପ କାମୁଡ଼ିବା ରୋଗୀକୁ ଉଚିତ ଚିକିତ୍ସା ନ କରାଯିବା ସହ ସାପକାମୁଡ଼ା ଇଞ୍ଜେକ୍ସନ ଗଚ୍ଛିତ ଥାଇ ସୁଦ୍ଧା ନ ଦେବା ଅଭିଯୋଗ କରି ଗତକାଲି ସ୍ଥାନୀୟ ଲୋକେ ପ୍ରତିବାଦ କରିବା ସହ ଡାକ୍ତରଙ୍କୁ ଘେରି ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ | ସ୍ବାସ୍ଥ୍ୟକେନ୍ଦ୍ରକୁ କର୍ମଚାରୀ ଠିକ୍ ଭାବେ ଆସୁ ନ ଥିବା, ପାନୀୟଜଳ ଓ ଶୌଚାଳୟ ପାଇଁ ପାଣି ଯୋଗାଣ ନ ହେବା, ପାଇଖାନା ସଫା ନ ରଖିବା, ସ୍ବାସ୍ଥ୍ୟକେନ୍ଦ୍ର ପରିବେଶ ସ୍ବଚ୍ଛତା ନ ରହିବା ତଥା କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆସୁଥିବା ରୋଗୀଙ୍କୁ ଉଚିତ ବ୍ୟବହାର ନକରିବା ଭଳି ଅଭିଯୋଗ କରିଥିଲେ କାଶୀନଗର ଏନ୍‌ଏସିର ୩ ନମ୍ବର ୱାର୍ଡସଭ୍ୟ ଭି.ଚଲାପତି ରାଓ ଏବଂ ଅଞ୍ଚଳବାସୀ.