ଉମରକୋଟ ନିକଟସ୍ଥ ସାନବାସିନୀ ଗ୍ରାମ ରେ ଭାଲୁ ପଶିଲା, ଲୋକେ ଭୟଭୀତ…………
ଉମରକୋଟ:-(ଏମ୍.ଦୀନା°ଶୂ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ସେମଳ। ଗ୍ରାମ ପଞ୍ଚାୟତର ସାନ ବାସିନୀ ଗ୍ରାମରେ ଭାଲୁ ପଶିବା ଯୋଗୁ ଗ୍ରାମ ବାସୀ ଭୟଭୀତ ହେଇ ପଡିଛନ୍ତି। ଆଜି ଅପରାହ୍ନ ୩ ଟା ରେ ନିକଟସ୍ଥ ଜଙ୍ଗଲରୁ ଏକ ବଡ ଭାଲୁ ସାନବାସିନୀ ଗ୍ରାମରେ ପ୍ରବେଶ କରିଛି। ତେବେ ଖାଦ୍ୟ ଅନ୍ୱେଷଣ ରେ ଭାଲୁ ଜଙ୍ଗଲ ରୁ ବାହାରି ଗାଁ ଭିତରେ ପ୍ରବେଶ କରିଥିବା ଅନୁମାନ କରାଯାଉଛି। ତେବେ ବର୍ତ୍ତମାନ ଗ୍ରାମକୁ ଲାଗିଥିବା ଏକ ବୁଦା ଭିତରେ ପଶିକି ରହିଛି। ଏହି ଖବର ଜାଣିବା ମାତ୍ରେ ଗ୍ରାମବାସୀ ଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। କାରଣ ସପ୍ତାହକ ତଳେ ସାନ ବାସିନୀ ଗ୍ରାମ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା କୁସୁମୀ ଗ୍ରାମ ରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହି ଖବର ଗ୍ରାମ ଲୋକେ ଭଲ ଭାବେ ଜାଣନ୍ତି। ଅପର ପକ୍ଷରେ ସେମଳ। ସରପଞ୍ଚ ଲକ୍ଷ୍ମଣ ବଞ୍ଜାରା ଉମରକୋଟ ରେଞ୍ଜର ଦେବସ୍ମିତା ସାହୁ ଙ୍କୁ ଫୋନ ମାଧ୍ୟମ ରେ ଜଣାଇବା ମାତ୍ରେ ରେଞ୍ଜର ୩ ଜଣ ବନ କର୍ମଚାରୀ ଙ୍କୁ ସ।ନ ବାସିନୀ ଗ୍ରାମ କୁ ପଠାଇବା ସହ ଏହି ୩ କର୍ମଚାରୀ ଭାଲୁ ର ଗତିବିଧି ଉପରେ ନଜର ରଖିଛନ୍ତି। ସରପଞ୍ଚ ଲକ୍ଷ୍ମଣ ବଞ୍ଜାରା କହିଛନ୍ତି ଗ୍ରାମବାସୀ ଙ୍କୁ ରାତିରେ ଘରୁ ନ ବାହାରିବା ପାଇଁ ମୁଁ କହିବା ସହ ଭାଲୁ ନ ଘୋଡେଇ ତାକୁ ଧରି କୌଣସି ଏକ ବଡ ଜଙ୍ଗଲ ରେ ଛାଡ଼ିବା ପାଇଁ ରେଞ୍ଜର ଙ୍କୁ ଅନୁରୋଧ କରିଥିବା କହିଛନ୍ତି। ଉମରକୋଟ ରେଞ୍ଜର ଦେବସ୍ମିତା ସାହୁ କହିଛନ୍ତି ଯେହେତୁ ଆଜି ସନ୍ଧ୍ୟା ହେବାରୁ ଆସନ୍ତା କାଲି ବିଶେଷଜ୍ଞ ଦଳ ଆସିବା ପରେ ଭାଲୁ କୁ ଧରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି।
