ଆଜିର ଖବର..
୧-ପୁରୀ:ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଆଜି ଭୋର ୪ଟାରୁ ମଙ୍ଗଳ ଆଳତୀ,୧୨ଟାରୁ ଅପରାହ୍ନ ୨ଟା ୩୦ମଧ୍ୟରେ ବାହୁଡା଼ ପହଣ୍ଡି ଓ
ଅପରାହ୍ନ ୪ଟାରେ ରଥ ଟଣା ହେବ।
୨-ପୁରୀ:ବାହୁଡ଼ାରେ ବଳବତ୍ତର ରହିବ ରଥଯାତ୍ରା ଟ୍ରାଫିକ୍ ବ୍ୟବସ୍ଥା, ଘରୁ ବାହାରିବା ପୂର୍ବରୁ ଦେଖନ୍ତୁ ଟ୍ରାଫିକ୍ ସୂଚନା।
୩-ଭୁବନେଶ୍ୱର:ଯୁକ୍ତ ୨ ଦ୍ୱିତୀୟ ମେରିଟ୍ ଲିଷ୍ଟ ପ୍ରକାଶ; ତିନି ପ୍ରମୁଖ ଷ୍ଟ୍ରିମ୍ରେ ପୁଣି ରେଭେନ୍ସା ନମ୍ବର-୧।
୪-ବାହୁଡ଼ା ଯାତ୍ରା ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ପୁରୀକୁ ଚାଲିବ ଅତିରିକ୍ତ ୫୦ଟି ‘ଆମ ବସ୍’।ହେଲ୍ପଲାଇନ୍ ନଂ ୧୮୦୦-୫୭୦୦-୨୧୮।
୫-ଭୁବନେଶ୍ୱର:ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବଡ଼ ଉପହାର ,୫ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା।
୬-ଭୁବନେଶ୍ୱର:ସୃଷ୍ଟି ହେଲା ଘୂର୍ଣ୍ଣିବଳୟ ; ବାହୁଡାରେ ବର୍ଷିବ, ୫ ଦିନ ଭିଜିବ ଓଡ଼ିଶା।
୭-ସିଏମ୍ଓରୁ ଫାଇଲ ଚୋରି ମାମଲାରେ ସ୍କାନରରେ ନବୀନଙ୍କ ବଡ଼ବାବୁ ; ଭିକେ ପାଣ୍ଡିଆନଙ୍କ ପରେ,ଉପେନ୍ଦ୍ର ବେହେରାଙ୍କୁ ସମନ ଜାରି।
୮-ସମ୍ବଲପୁର:ହୀରାକୁଦରେ ପୁଣି ଖୋଲିଲା ୪ଟି ଗେଟ୍, ମୋଟ୍ ୧୬ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ।
୯-ଗଜପତି:ଅଳିଆ ଗଦାରେ ପଡ଼ିଛି ପୁଳାପୁଳା ଔଷଧ; ମୋହନା ସ୍ୱାସ୍ଥ୍ୟ କେନ୍ଦ୍ର ପାଖରେ ମିଳିଲା ଔଷଧର ପାହାଡ଼, ପ୍ରଶାସନର ଭୂମିକାକୁ ନେଇ ପ୍ରଶ୍ନ।
୧୦-ଡେରାବିଶ,ଓଉଖଣ୍ଡ: ଜଣେ ଧୀର,ସ୍ଥିର ମୃଦୁଭାଷୀ ତଥା ସାମାଜିକ ବ୍ୟକ୍ତି ଭାବରେ ତ୍ରିଲୋଚନ ବେଦାନ୍ତ,ଏହି ଅଞ୍ଚଳରେ ସୁପରିଚିତ,ତାଙ୍କର ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା।ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି
୧୧-ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି:ଏପିଜେ ଅବଦୁଲ କଲାମ ଦ୍ବୀପରୁ ଦୀର୍ଘ ଦୂରଗାମୀ Kusha କ୍ଷେପଣାସ୍ତ୍ରର ହେଲା ସଫଳ ପରୀକ୍ଷଣ।
୧୨-ଯୋଡ଼ା:ରାସ୍ତା କଡ଼ ଗଛରେ ପିଟି ହେଲା ଥାର୍ , ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର।
୧୩-ଆନ୍ଧ୍ରକୁ ଦାଦନ ଯାଇ ଓଡ଼ିଶାରେ ହରାଇଲେ ପରିଚୟ ;ଭୋଟର୍ ତାଲିକା ସହ ଆଧାର କାର୍ଡରୁ କଟିଲା ନାଁ।
୧୪-ଭଦ୍ରକ:ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଆସିଲା କଡ଼ା ରାୟ; ଦୋଷୀଙ୍କୁ ୨୦ ବର୍ଷ କାରାଦଣ୍ଡ, ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ।
୧୫-ବରଗଡ଼:ଲାଞ୍ଚ ନେଇ ଧରାପଡ଼ିଥିଲେ, ଏବେ ୪ ବର୍ଷ ଜେଲ; ଅବସରପ୍ରାପ୍ତ ବରିଷ୍ଠ କିରାଣୀଙ୍କୁ ଭିଜିଲାନ୍ସ କୋର୍ଟର କଡ଼ା ଦଣ୍ଡ।
୧୬-ମହାନଦୀ ଜଳ ବିବାଦ ମାମଲା : ଜଏଣ୍ଟ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ।
୧୭-ଭୁବନେଶ୍ୱର:୧୦ ମେଡିକାଲ କଲେଜ ପାଇଁ ୧୫୨ ବିଶେଷଜ୍ଞ ପଦବୀକୁ ମଞ୍ଜୁରି,ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ସ୍ବାସ୍ଥ୍ୟ ମନ୍ତ୍ରୀ।
୧୮-ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆର ଦମଦାର ବିଜୟ, ଜିମ୍ବାୱେକୁ ୭ ୱିକେଟରେ ହରାଇଲା ଭାରତ।
୧୯-ବୀର ମାଧୋ ସିଂହ ଭଣ୍ଡାରୀ ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟ (UTU):ହ୍ୱାଟ୍ସଆପ୍ରେ ଭାଇରାଲ୍ ହେଲା ପ୍ରଶ୍ନପତ୍ର;.ବାତିଲ ହେଲା ୨ ସେମିଷ୍ଟର ପରୀକ୍ଷା।
୨୦-ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ଛାତ୍ରଙ୍କ ବିରୋଧ ପ୍ରଦର୍ଶନ,ଜନ୍ତର ମନ୍ତର ଅଞ୍ଚଳରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ।
୨୧-ନୂଆ ଦିଲ୍ଲୀ:ଆଜି କେନ୍ଦ୍ରମନ୍ତ୍ରୀଙ୍କ ସହ CJPର ଆଲୋଚନା , ଅନଶନ ଭାଙ୍ଗିଲେ ଓ୍ବାଙ୍ଗଚୁକ୍।
୨୨-ମଧ୍ୟପ୍ରାଚ୍ୟରେ ବଢ଼ିଲା ଉତ୍ତେଜନା;ଆମେରିକୀୟ ଘାଟି ଉପରେ ଇରାନର ମିସାଇଲ୍ ଆକ୍ରମଣ ଜାରି।
