July 24, 2026

ବରଗଡ଼ ସହରର ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି

IMG-20260723-WA0093
Share

ବରଗଡ଼: ବରଗଡ଼ ସହରର ଜୀରା ନଦୀକୂଳରେ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ୩ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।

 

ଗିରଫ ଅଭିଯୁକ୍ତମାନେ ହେଲେ ଉତ୍ତରପ୍ରଦେଶର ସେଖ କାଲିମ୍ (୩୮), ମଣିକରାଜ ପାଲ (୩୮) ଏବଂ ବରଗଡ଼ ଖଜୁରଟିକ୍ରାର ସଚିନ ମିଶ୍ର (୨୫)।

 

ଅଭିଯୁକ୍ତମାନଙ୍କ ନିକଟରୁ ୨୬୪ ଗ୍ରାମ ବ୍ରାଉନସୁଗାର ଭର୍ତ୍ତି ଏକ ପଲିଥିନ୍ ପୋଲିସ ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ଲକ୍ଷାଧିକ ଟଙ୍କା ହୋଇଥିବା ଅନୁମାନ କରାଯାଉଛି।

 

ଗିରଫ ତିନି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଜାରି ରହିଛି। ଏନେଇ ବରଗଡ଼ ଏସ୍‌ପି ରବୀନ୍ଦ୍ରନାଥ ଶତପଥୀ ସୂଚନା ଦେଇଛନ୍ତି।

You may have missed