July 24, 2026

ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ବିଜୁ ଯୁବ ଓ ଛାତ୍ର ଜନତା ଦଳର ବିକ୍ଷୋଭ  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି

IMG-20260723-WA0057
Share

ଭୁବନେଶ୍ୱର ( ଦେବାଶିଷ ଦାଶ )

 

ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଏବଂ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିବା ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲା ବିଜୁ ଯୁବ ଓ ଛାତ୍ର ଜନତା ଦଳ । ଦେଶରେ ବାରମ୍ୱାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ଶିକ୍ଷା ବ୍ୟବସ୍ଥାରେ ସରକାରଙ୍କ ବିଫଳତାକୁ ନେଇ ଏହି ବିକ୍ଷୋଭ ଆୟୋଜନ କରାଯାଇଥିଲା । ଶତାଧିକ ଯୁବ ଓ ଛାତ୍ର ନେତା, କର୍ମକର୍ତ୍ତା, କାର୍ଯ୍ୟକର୍ତ୍ତା ଓ ବିଜେଡି ସମର୍ଥକ ଏଥିରେ ଯୋଗଦେଇ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଶ୍ରୀ ଚିନ୍ମୟ ସାହୁ କହିଥିଲେ ଯେ, ଦେଶରେ ବାରମ୍ୱାର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଯୋଗୁଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଏବେ ଚିନ୍ତାରେ ଦିନ କାଟୁଛନ୍ତି । ପରୀକ୍ଷା ସୁପରିଚାଳନା କରିବାରେ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ ସରକାରଙ୍କ ଅପାରଗତା ଯୋଗୁଁ ସେମାନଙ୍କ ଭବିଷ୍ୟତ ବିପନ୍ନ ହେଉଛି । ନିଜର ବିଫଳତାକୁ ସ୍ୱୀକାର କରି ବ୍ୟବସ୍ଥାଗତ ସଂସ୍କାର ଆଣିବା ପରିବର୍ତ୍ତେ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କ ଦାବିକୁ ଅଣଦେଖା

କରିଆସୁଛନ୍ତି । ଏହି ସମସ୍ତ ବିଫଳତା ପାଇଁ ନୈତିକ ଦାୟିତ୍ୱ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତୁରନ୍ତ ଇସ୍ତଫା ଦିଅନ୍ତୁ । ଇପ୍ସିତା ସାହୁ କହିଥିଲେ ଯେ, ବାରମ୍ୱାର ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷାରେ ଅନିୟମିତତା ଯୋଗୁଁ ଦେଶର ଛାତ୍ରଛାତ୍ରୀମାନେ ଅନିଶ୍ଚିତତା ମଧ୍ୟରେ ଜୀବନ ବିତାଉଛନ୍ତି । ସରକାରୀ ଅବହେଳା ଓ ପ୍ରଶାସନିକ ଅପାରଗତା ପାଇଁ ଆଜି ଦେଶର ଯୁବପିଢ଼ିଙ୍କ ଭବିଷ୍ୟତକୁ ବଳି ପକାଯାଉଛି । ପ୍ରତ୍ୟେକ ମେଧାବୀ ଛାତ୍ରଛାତ୍ରୀଙ୍କର ଏକ ସ୍ୱଚ୍ଛ, ନିରପେକ୍ଷ ଓ ଦୁର୍ନୀତିମୁକ୍ତ ପରୀକ୍ଷା ବ୍ୟବସ୍ଥାରେ ପ୍ରତିଯୋଗିତା କରିବାର ଅଧିକାର ରହିଛି । ଦେଶରେ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବାକୁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ । ନୈତିକତା ଦୃଷ୍ଟିରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ ।

ବିଜୁ ଯୁବ ଓ ଛାତ୍ର ଜନତା ଦଳର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଚାନ୍ଦବାଲି ବିଧାୟକ ଶ୍ରୀ ବ୍ୟୋମକେଶ ରାୟ, ମେୟର ଶ୍ରୀମତୀ ସୁଲୋଚନା ଦାସ, ଶ୍ରୀ ମନ୍ମଥ ରାଉତରାୟ, ଶ୍ରୀ ସେଖ ଆମୀର, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସୋଫିଆ ଆଲମ, ସାଧାରଣ ସମ୍ପାଦକ ଶ୍ରୀ ଅମରଜିତ ସେନାପତି, ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଚିନ୍ମୟ ଦାସ, ପ୍ରଦୋଷ ପରିଡା, ମହାସଚିବ ରକି ଦାସ, ବିଜୁ ଛାତ୍ର ଜନତା ଦଳର ବରିଷ୍ଠ ଉପସଭାପତି ସୌମ୍ୟ ରଞ୍ଜନ ମହାପାତ୍ର, ଅମିତ ଜେନା, ଅଶୋକ ନାୟକ, ଯୋଗେଶ ଜେନା, ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଶ୍ରୀ ଦୀପକ ଜେନା, ଶ୍ରୀ ଅନନ୍ତ ଶତପଥୀ, ଶ୍ରୀ ସୁବ୍ରଜିତ ପାଢ଼ୀ, ଶ୍ରୀ ଆଶିଷ ସାହୁ, ଶ୍ରୀ ସତ୍ୟଜିତ ପଟ୍ଟନାୟକ, ଶ୍ରୀ ନୀଳମାଧବ ମହାନ୍ତି, ଉପସଭାପତି ଶ୍ରୀ ସ୍ମୃତି ରଞ୍ଜନ ପଟ୍ଟନାୟକ, ଶ୍ରୀ ବିଜୟ କେତନ ସାହୁ, ଶ୍ରୀ ସୌମ୍ୟ ସାର୍ଥକ ରାୟ, ଆଫତାବ ଆଲମ ଖାନ, ଶ୍ରୀ ଅବିନାଶ ପ୍ରଧାନ, ଶ୍ରୀ ମନୋଜ ମହାନ୍ତି, ଶ୍ରୀ କନିଷ୍କ ଜେନା, ଶ୍ରୀ ସ୍ମୃତି ରଞ୍ଜନ ନାୟକ, ଶ୍ରୀ ସଞ୍ଜିତ ମହାନ୍ତି, ଶ୍ରୀ ସୌମ୍ୟ ରଞ୍ଜନ ତ୍ରିପାଠୀ, ଶ୍ରୀ ଅରୂପ ଶ୍ରୀଚନ୍ଦନ, ଶ୍ରୀ ବିକ୍ରମ ପଟ୍ଟନାୟକ, ଶ୍ରୀମତୀ ଅମ୍ୱିକା ଦାସ, ଶ୍ରୀ ଦୀପକ ବେହେରା, ଶ୍ରୀ ମନୋରଞ୍ଜନ ସ୍ୱାଇଁ, ଶ୍ରୀମତୀ ସୋନାଲି ପ୍ରିୟଦର୍ଶିନୀ, ଶ୍ରୀମତୀ ଚାନ୍ଦିନୀ ପଣ୍ଡା, ଶ୍ରୀ ଦୀପକ ମହାପାତ୍ର, ଶ୍ରୀ ଜ୍ଞାନରଞ୍ଜନ ମାନସିଂହ, ଶ୍ରୀ ପ୍ରଦୀପ ବିଶ୍ୱାଳ, ଶ୍ରୀ ଅବିନାଶ ଠାକୁର, ବିଜୁ ଛାତ୍ର ଜନତା ଦଳର ଉପସଭାପତି ସ୍ନେହାଶିଷ ଜେନା, ତବ୍ରେଜ ଖାନ, ସମିମ ଅଖତର, ଏସ୍. କେ. ନୱାଜ, ସାଧାରଣ ସମ୍ପାଦକ ଏମ୍. ଡି. ସାହିଲ, ଏମ୍. ଡି. ଅଫିଫ, ଏସ୍. କେ. ଗୁଫରାନ, ସ୍ୱୟଂଶ୍ରୀ ସିଂ, ଦିଗବିଜୟ ପ୍ରଧାନ, ରବୀନ୍ଦ୍ର ମହାରଣା ଏବଂ ସୁଦିପ୍ତା ପଣ୍ଡା ପ୍ରମୁଖ ସାମିଲ ଥିଲେ ।

You may have missed