July 22, 2026

ଚୁଡୁଙ୍ଗପୂର ଆୟୋଜିତ ଜନ ଅଭିଯୋଗ ଶୁଣାଣୀରେ ଲୋକଙ୍କ ଗୁହାରି ଶୁଣିଲେ ବିଧାୟକ। …….,…… ,….. 105 ବର୍ଷ ବୃଦ୍ଧା ଙ୍କୁ ମାତ୍ର ଏକ ହଜାର ଟଙ୍କା ପେନଶନ ପାଉଥିବା ଜାଣି ଦୁଃଖ ପ୍ରକାଶ କଲେ ବିଧାୟକ 

IMG-20260722-WA0022
Share

 

 

କାଶୀନଗର – (କୃଷ୍ଣ କୁମାର ବେହେରା)-ଗଜପତି ଜିଲ୍ଲା କାଶୀନଗର ବ୍ଲକ ହାଦଭାଙ୍ଗି ପଞ୍ଚାୟତର ବିଭିନ୍ନ ଗ୍ରାମକୁ ନେଇ ଅନୁଷ୍ଠିତ ‌ହୋଇଯାଇଛି ଏକ ବଡ଼ ଧାରଣର ଜନ ଅଭିଯୋଗ ଶୁଣାଣୀ। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଯୋଗ ଦେଇ ଲୋକଙ୍କ ସମସ୍ୟା ଶୁଣିଛନ୍ତି। ପର୍ଯ୍ୟାୟ କ୍ରମେ ପ୍ରଥମେ ହାଦଭାଙ୍ଗି ପଞ୍ଚାୟତର ଚୁଡୁଙ୍ଗପୂର୍ ଗ୍ରାମ ର ସମସ୍ୟା ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା, ଗ୍ରାମ ଭିତ୍ତିକ ସମସ୍ୟା, ରାସନ୍ କାର୍ଡ, ଆବାସ ଗୃହ ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳ ସେଚନ, ନାଳ ଆଦି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଜଣାଇଥିଲେ ଅଞ୍ଚଳବାସୀ। ଏହାର ସମାଧାନ ପାଇଁ ତୁରନ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଅବଗତ କରିବା ସହ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରିଛନ୍ତି ବିଧାୟକ । ପଞ୍ଚାୟତ ର ରାସ୍ତା କାର୍ଯ୍ୟ ହେଲେ ଫଳରେ ପଞ୍ଚାୟତ କାର୍ଯ୍ୟାଳୟକୁ, ସ୍କୁଲ , ଚିକିତ୍ସାଳୟକୁ ଯିବା ଆସିବା ବେଳେ ବହୁ ସୁବିଧାର ହେବ ବୋଲି ସ୍ଥାନୀୟ କଲେ ଜଣାଇଛନ୍ତି। ଅଞ୍ଚଳର ଅନେକ ସମସ୍ୟା ନେଇ ଲୋକେ ବିଧାୟକଙ୍କୁ ଜଣାଇବା ପରେ ଅଞ୍ଚଳର ସମସ୍ୟା ସମାଧାନ କରିବା ନିମନ୍ତେ ପ୍ରୟାସ କରିବେ ବୋଲି ଲୋକଙ୍କୁ ଆଶ୍ଵସନା ଦେଇଛନ୍ତି ବିଧାୟକ । ମୁଖ୍ୟତଃ ଚୁଡୁଙ୍ଗପୁର ଗ୍ରାମ ରେ ଥିବା ଜଣେ 105 ବର୍ଷ ବୃଦ୍ଧା ଙ୍କୁ ମାତ୍ର ଏକ ହଜାର ଟଙ୍କା ପେନସନ ପାଉଥିବା ଖବର ପାଇ ନିଜେ ବିଧାୟକ ତାଙ୍କ ବାସଭବନ ରେ ପହଞ୍ଚି ତାଙ୍କ ସମସ୍ତ ସମସ୍ୟା ବୁଝିଥିଲେ ଓ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏହାର ପଦେକ୍ଷପ ନେବେବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ,ଅଭିଯୋଗ ଶୁଣାଣୀ ସମୟରେ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ସମିତି ସଭ୍ୟ ଜଗନ୍ନାଥ ଦୋରା ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ, ଜନସାଧାରଣ ସୁଖ ଦୁଃଖରେ ସାମିଲ ହୋଇ ଲୋକଙ୍କ ସହ ଜଡ଼ିତ ହୋଇ ରହିବା ପ୍ରୟାସ ଯୋଗୁଁ ବିଧାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।