ବରଗଡ ସଦର ବ୍ଲକ ଗାଈସୀମା ସ୍ଥିତ ପଞ୍ଚାୟତ ହାଇ ସ୍କୁଲ ପରିସରରେ ୭୭ ତମ ବନ ମହୋତ୍ସବ
ବରଗଡ,(ସୁରେନ୍ଦ୍ର କଠାର)
ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ” ଅନୁଷ୍ଠିତ ହୋଇ ଯାଇଛି l ଗାଈସୀମା ର ସାମାଜିକ ଅନୁଷ୍ଠାନ ‘ସମ୍ପର୍କ’ ସହଯୋଗରେ ରିସେପ ଫାଉଣ୍ଡେସନ ଓ ଇକୋ କ୍ଲବ, ପଂଚାୟତ ହାଇସ୍କୁଲ, ଗାଈସୀମା ର ମିଳିତ ଉଦ୍ୟମ ରେ ବିଦ୍ୟାଳୟ ପରିସରରେ ବିଭିନ୍ନ ଔଷଧୀୟ, ଫଳ ଓ ଫୁଲ ଚାରା ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରଗଡ ବନାଞ୍ଚଳ ବନପାଳ ଲୋକେଶ୍ୱର ଭୋଇ ଯୋଗ ଦେଇ ଉଦଘାଟନ କରିଥିଲେ ଓ ବୃକ୍ଷ ରୋପଣ ଯଥାର୍ଥତା ତଥା ଉପକାରିତା ଓ ଏହାର କିଭଳି ଭାବରେ ଯତ୍ନ ନିଆ ଯାଇ ପାରିବ, ସେ ବିଷୟରେ ଛାତ୍ରଛାତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ଶିବ ଶଙ୍କର ଦାସ,ରିସେପ ଫାଉଣ୍ଡେସନ ର ସଭାପତି ପୂର୍ଣଚନ୍ଦ୍ର ସାଲମା, ସମ୍ପାଦକ ଦୟାନିଧି ନାଏକ, ରୁପେଶ ପ୍ରଧାନ, ସମ୍ପର୍କ ର ସଭ୍ୟ ବୃନ୍ଦ, ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ସାମିଲ ହୋଇ ବିଦ୍ୟାଳୟ ପରିସର ତଥା ଖେଳ ପଡିଆ ଚାରି ପାଖରେ ପ୍ରାୟ ଦୁଇ ସହ ଚାରା ରୋପଣ କରିଥିଲେ l
