September 6, 2026

ଉମରକୋଟ ଠାରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ଧୁମ ଧାମରେ ପାଳିତ 

IMG-20260721-WA0012
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ)

ଉମରକୋଟ ଠାରେ ମହାପ୍ରଭୁଙ୍କ ହେରା ପଞ୍ଚମୀ ନୀତି ଧୁମ ଧାମରେ ପାଳନ ହୋଇଯାଇଛି । ଋକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ମହାପ୍ରଭୁ  ଚତୁର୍ଦ୍ଦଶୀ ତିଥି ଦିନ ସ୍ନାନବେଦୀରେ ଅତ୍ୟଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ଅଣସର ଘରେ ରହିଥିଲେ ଭଲ ହୋଇ ଅଣସର ଘରୁ ବାହାରି  ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଧରି ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବୁଲିବାକୁ ଚାଲି ଆସିଛନ୍ତି ।ସେପଟେ ମା’ଲକ୍ଷ୍ମୀ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନ ଯାତ୍ରା କରିଛନ୍ତି। ଏହି ପରମ୍ପରା ଆଧାରରେ ହେରାପଞ୍ଚମୀ ରୀତିନୀତି ପାଳିତ ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ ନ ପାଇବାରୁ ଅଭିମାନ କରି  ମା’ ଲକ୍ଷ୍ମୀ ଠାକୁରାଣୀ ଅପମାନ ଓ ରାଗରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବା ସହ  ପୁନର୍ବାର ଶ୍ରୀମନ୍ଦିରକୁ ଫେରି ଆସିଛନ୍ତି ପରମ୍ପରା ଅନୁଯାୟୀ ଲକ୍ଷ୍ମୀ ଙ୍କ ମାନ ଭଞ୍ଜନ ପାଈଁ ଜଗନ୍ନାଥଙ୍କ ରାଜ ପୁରୋହିତ ଲୋକନାଥ ମିଶ୍ର ଙ୍କୁ ରଥରେ  ବାନ୍ଧି ଦିଆଯାଇଥିଲା। ପରେ   ଖୋଲିଥିଲେ। ଆଜି ବିଳମ୍ବିତ ରାତିରେ ମାଁ  ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀମନ୍ଦିରରୁ ବାହାରିଥିଲେ। ମନ୍ଦିର ର ପୂଜକ ମା’ଙ୍କୁ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ। ଭକ୍ତମାନେ ମା’ ଲକ୍ଷ୍ମୀଙ୍କୁ ନିଜର ଭକ୍ତି ଜଣାଇଥିଲେ। ଘଣ୍ଟଘଣ୍ଟା, କାହାଳୀ ଶୋଭାଯାତ୍ରାରେ  ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ସେଠାରେ ଜଗନ୍ନାଥ ଙ୍କ ରଥ ନିକଟରେ ଦହିପଟି ମଣୋହି ନୀତି ସଂପନ୍ନ ହୋଇଥିଲା ଏହି ହେରାପଞ୍ଚମୀରେ ଶହ ଶହ ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ପରେ  ବଚନିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା।

You may have missed