କୋରାପୁଟ – କୋରାପୁଟରେ NEET ଲିକ୍ ବିରୋଧରେ ବଡ଼ ପ୍ରତିବାଦ! ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି

ଆଜି ସଂସଦର ବର୍ଷାକାଳୀନ ଅଧିବେଶନ ଆରମ୍ଭ ହୋଇଥିବା ବେଳେ କୋରାପୁଟରେ ଜାତୀୟ ଶିକ୍ଷାନୀତି (NEP) ଓ ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।
ଆଇନଜୀବୀ ବିବେକ ରଞ୍ଜନ ସେଠୀଙ୍କ ନେତୃତ୍ୱରେ ଯୁବକ, ଛାତ୍ରଛାତ୍ରୀ ଓ ସଚେତନ ନାଗରିକମାନେ ଏକତ୍ରିତ ହୋଇ ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣାର ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ।
ପ୍ରତିବାଦକାରୀମାନେ କହିଥିଲେ, ଶିକ୍ଷା ବ୍ୟବସ୍ଥା ସ୍ୱଚ୍ଛ ଓ ଯୋଗ୍ୟତା ଆଧାରିତ ହେବା ଆବଶ୍ୟକ। ପ୍ରତିବାଦ ଶେଷରେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।(ଗୁପ୍ତେଶ୍ଵର ରଥ କୋରାପୁଟ)
