ତିର୍ତ୍ତୋଲ ସାମ୍ବାଦିକ ସଙ୍ଗ ପକ୍ଷରୁ ବୃକ୍ଷରୋପଣ। କାର୍ଯ୍ୟକ୍ରମ

ତିର୍ତୋଲ,
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ର ” ତିର୍ତ୍ତୋଲ ସାମ୍ବାଦିକ ସଂଘ ” ପକ୍ଷରୁ ଆଜି ପ୍ରବିତ୍ର ହେରା ପଞ୍ଚମୀ ତିଥିରେ ଗୋପାଳପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ କୀର୍ତ୍ତନପୁର ଗ୍ରାମର ବାବା ତାରକେଶ୍ୱର ଏବଂ ମା ଚର୍ଚ୍ଚିକା ଙ୍କ ମନ୍ଦିର ପ୍ରାଙ୍ଗଣରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କରାଯାଇଥିଲା । ବର୍ତ୍ତମାନ ଧରା ପୃଥିବୀ ପୃଷ୍ଠ ବିଷାକ୍ତ ଅବସ୍ଥା ରେ ଗତି କରୁଥିବାରୁ ପାଣି ପାଗ ର ମଧ୍ୟ ପରିବର୍ତନ ହେଉଛି ।ଏହାର ଏକ ମାତ୍ର କାରଣ ଅମ୍ଳଜାନ ଅଭାବ ଓ ଗଛ ର ଅଭାବ । ଆମେ ମାନେ ଗଛ କାଟିବାରେ ବ୍ୟସ୍ତ,କେହିବି ଧ୍ୟାନ ଦେଉନାହାନ୍ତି ବୃକ୍ଷ ରୋପଣ କରିବା ପାଇଁ । ସେଥିପାଇଁ ତିର୍ତ୍ତୋଲ ସାମ୍ବାଦିକ ସଂଘ ପରିବେଶ ସୁରକ୍ଷା ର ବାର୍ତ୍ତା ନେଇ ପାଣି ପାଗ ସନ୍ତୁଳିତ ରଖିବା ପାଇଁ ଆଜି ଅନେକ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, କନକପୁର ଫାଣ୍ଡି ଅଧିକାରୀ ରଘୁନାଥ ଟୁଡୁ, ଗୋପାଳ ପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ପୂର୍ବତନ ସରପଞ୍ଚ ମୁଣ୍ମୟ ସ୍ୱାଇଁ, ଏଲ୍.ଆଇ ଆଲୋକ କୁମାର ଦାସ,ୱାର୍ଡ ମେମ୍ବର ନିରୁପମା ସେଠୀ, ଅଙ୍ଗନବାଡ଼ି କର୍ମୀ ରେବତୀ ମହାନ୍ତି, ଅନୁପମା ଷଡ଼ଙ୍ଗୀ,ଆଶାଦିଦି ପୁଷ୍ପଲତା ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ତିର୍ତ୍ତୋଲ ସାମ୍ବାଦିକ ସଂଘ ର ସୁଧାଂଶୁ ଶେଖର ପୃଷ୍ଟି,ପ୍ରଭାତ କୁମାର ପରିଡ଼ା,ସୁବାଷିତ ସ୍ବାଇଁ, ଶ୍ରୀବତ୍ସ ପାଢ଼ୀ, ଗୋପାଳ କୃଷ୍ଣ ଦାସ,ସୈରଜିତ ପଢିଆରୀ, ଜଗନ୍ନାଥ ପ୍ରସାଦ ସାହୁ, କୈଳାସ ଚନ୍ଦ୍ର ବେହେରା, ଏମ୍.ଏସ୍ ରାଜନ,ରଞୀତ ମଲ୍ଲିକ, ସତ୍ୟପ୍ରକାଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବାବା ତାରକେଶ୍ଵ ଯୁବକ ସଂଘ ର ଯୁବକ ଭାଇ ମାନେ ମଧ୍ୟ ଏହି ମହତ୍ କାର୍ଯ୍ୟ ରେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନେକ ଅଞ୍ଚଳରେ କରାଯିବା ପାଇଁ ତିର୍ତ୍ତୋଲ ସାମ୍ବାଦିକ ସଂଘ ର ସଦସ୍ୟମାନେ ଲକ୍ଷ୍ୟ ରଖିଛନ୍ତି ବୋଲି ସଂଘର ସଭାପତି ମତପ୍ରକାଶ କରିଛନ୍ତି ।
