September 6, 2026

ପାର୍ଥ ସାରଥୀ ଧାମରେ ହେରା ପଞ୍ଚମୀ ଉପଲକ୍ଷେ ପ୍ରବଳ ଭିଡ଼…

IMG-20260721-WA0005
Share

 

ଚିକିଟି

 

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ଜରଡା ପାର୍ଥ ସାରଥୀ ଧାମରେ ହେରା ପଞ୍ଚମୀ ଉପଲକ୍ଷେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପାର୍ଥ ସାରଥୀ ଙ୍କ କଳ୍କୀ ଅବତାର ହୋଇଥିବା ବେଳେ ପ୍ରଭୁ ଜଗନ୍ନାଥଙ୍କ ନୃସିଂହ ବେଶ କରାଯାଇଛି। ଆଖ ପାଖ ଅଞ୍ଚଳ ତଥା ଆନ୍ଧ୍ର ପ୍ରଦେଶର ବହୁ ଭକ୍ତ ଆସି ଉଭୟ ସାରଥୀ ମହାପ୍ରଭୁ ଓ ଜଗନ୍ନାଥଙ୍କୁ ଦର୍ଶନ କରିଥିବା ବେଳେ ବହୁ ମାନସିକ ଧାରୀ ଶିଶୁ ମାନଙ୍କର ମୁଣ୍ଡନ କରିଥିଲେ। ମନ୍ଦିର ପରିଚାଳନା କମିଟି ଭକ୍ତଙ୍କ ଦର୍ଶନ କାର୍ଯ୍ୟରେ ସହଯୋଗ କରିବା ସହ ଭୋଗ ବିକ୍ରୟ କରିଥିଲେ। ସାଥିରେ ରଥ ଯାତ୍ରାକୁ ନ ନେଇଥିବାରୁ ମା ଲକ୍ଷ୍ମୀ ସାଆନ୍ତାଣୀ ରାଗରେ ଆସି ରଥ ଭାଙ୍ଗିଥିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି।(  ସୁଭଶ୍ରୀ ପ୍ରଧାନ )

You may have missed