ଜରିପାଲ ତଳେ ବିତୁଛି ଅସହାୟ ଝୁନୁ ନାଏକ ଙ୍କ ପରିବାର ମୁଁ ଦିନ ମଜୁରୀଆ – ପ୍ରଧାନମନ୍ତ୍ରୀ ଆବାସ ସାତ ସପନ ମିଳୁନି ଆବାସ


ତା ୨୦/୦୭/୨୬ ଅନୁଗୁଳ ଜିଲ୍ଲା ବଅଁରପଳ ବ୍ଲକ ବଉଳିଗଡ ଗ୍ରାମ ପଞ୍ଚାୟତ ର ବଉଳିଗଡ ଗ୍ରାମ ରେଝୁନୁ ନାଏକ ଙ୍କୁ ଘର ମିଳିବାରୁ ସାତ ସପନ ଜରି ପାଲ ତଳେ ବିତୁଛି ୫ଜଣ ପ୍ରାଣୀଙ୍କ ଜୀବନ, ଗୁହାରି ଶୁଣୁନି ପ୍ରଶାସନ ଭଙ୍ଗାକୁଡିଆ ଭିତରେ ବୟସ ର ଅପରାହ୍ନ ରେ ମୃତ୍ୟୁ କୁ ଅପେକ୍ଷା କରି ଦିନ ଗଣୁଛନ୍ତି । ସରକାର ଗରିବ ହଟାଇବାପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ପ୍ରକୃତ ହିତାଧୂକାରୀ ଏହି ସବୁ ଯୋଜନା ରୁ ବଞ୍ଚିତ ଅଛନ୍ତି, ଏହିଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବଉଳିଗଡ଼ ପଞ୍ଚାୟତରେ । ଗ୍ରାମର ଝୁନୁ ନାଏକ (୪୧)ଙ୍କ ପରିବାର ବର୍ଷ ବର୍ଷ ହେଲା ଏହି ପଞ୍ଚାୟତ ରେ ଅତି ଦୟନୀୟ ଅବସ୍ଥାରେ ଜରି ପାଇ ତଳେ ରହିଆସୁଛନ୍ତି, ଆବାସ ଖଣ୍ଡିଏ ପାଇବାର ଆସା ନେଇ ପଞ୍ଜିକରଣ କରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ କୌଣସି ସହାୟତା ମିଳିପାରିଲାନାହିଁ କି କୌଣସି ଅଧିକାରୀଙ୍କ ନଜର ମଧ୍ୟ ପଡୁନାହିଁ, ଏପରିକି ସ୍ଥାନୀୟ ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁଥିଲେ ମଧ୍ୟ ନଜର ଆଢୁଆଳ ରେ ଲୁଚି ରହିଛି
ଝୁନୁ ନାଏକ ଙ୍କ ପରିବାର । ପରିବାର କହିଲେ ସ୍ବାମୀ ସୄଯକାନ୍ତ ନାଏକ (୪୮) ଏବଂ ନିଜେ। ସ୍ବାମୀ ଦିନ ମଜୁରିଆ, ଦିନେ ଖାଇଲେ ଦିନେ ଉପାସ ରହୁଛନ୍ତି, କାମ କଲେ ଘରେ ଚୁଲି ଜଳୁଥିଲା, କିନ୍ତୁ ଏବେ ସୄଯକାନ୍ତ ଙ୍କ ବାପା ଦାଶରଥୀ ନାଏକ, ରୁଗ ଶଯ୍ୟାରେ ପଡ଼ିଅଛି,ଯାହା ରୁଜୁଗାର କରୁଛନ୍ତି ତାଙ୍କ ବାପା ଙ୍କ ମେଡିକାଲ ନେଉଛନ୍ତି, ଘର କରିବା ଦୂରର କଥା ତେଣୁ ସରକାର ଦେଉଥିବା ରାସନ ବାବଦକୁ ଦଶ କିଲୋ ଚାଉଳ ହିଁ ତାଙ୍କର ସାହା ଭରସା ପାଲଟିଛି । ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଗୁହାରି କଲେ ମଧ୍ୟ କେହି କିଛି ଶୁଣୁନଥିବାରୁ ଅତି ଦୁଃଖ କଷ୍ଟରେ ଜରିପାଲ ତଳେ ନିଜ ଭାଗ୍ୟ କୁ ଆଦରି ପତିରହିଛନ୍ତି, ଏମିତିକି ବର୍ଷା ରେ ଘର ଭାଙ୍ଗି ଯାଇଥିବାରୁ, ଯୋଜନା ରେ ଘର ଖଣ୍ଡିଏ ମିଳୁନାହିଁ। ଯଦି ବିଭାଗୀୟ ଅଧିକାରୀ ଏଥ୍ପ୍ରତି ଦୃଷ୍ଟିଦିଅନ୍ତେ ତେବେ ଏହି ଅସହାୟ ପରିବାର ଦୁଃଖ ଦୁର ହୁଅନ୍ତା ବୋଲି ଗ୍ରାମ ବାସୀ ନିବେଦନ କରିଛନ୍ତି । ସ୍ଥାନୀୟ ସରପଞ୍ଚ ଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଆସିଲେ ମିଳିବ, ହେଲେ ଲିଷ୍ଟି ରେ ନାମ ନାହିଁ କେମିନ୍ତି ମିଳିବ, ଆବାସ ଯୋଜନା ରୁ ସେ ବଞ୍ଚିତ ହେଉଛନ୍ତି।
