July 22, 2026

ବୋଲଗଡ଼ରେ ‘ପବିତ୍ର ଏକୱା’ର ଶୁଭ ଉଦଘାଟନ

IMG-20260720-WA0044
Share

 

ଖୋର୍ଦ୍ଧା-: (ପ୍ରିୟଙ୍କା ମହାପାତ୍ର) ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ପିଚୁକୁଳି ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ଶ୍ରୀ ପବିତ୍ର ମୋହନ ମାଝୀଙ୍କ ନୂତନ ପାନୀୟ ଜଳ ପ୍ରତିଷ୍ଠାନ ପବିତ୍ର ଏକୱା’ (Pabitra Aqua)ର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଆମନ୍ତ୍ରିତ ଅତିଥିମାନେ ଯୋଗଦେଇ ଫିତା କାଟି ପ୍ରତିଷ୍ଠାନର ଔପଚାରିକ ଉଦଘାଟନ କରିଥିଲେ। ଉପସ୍ଥିତ ବକ୍ତାମାନେ କହିଥିଲେ ଯେ, ‘ପବିତ୍ର ଏକୱା’ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବିଶୁଦ୍ଧ ଓ ଗୁଣାତ୍ମକ ପାନୀୟ ଜଳ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।ଏହି ନୂତନ ବ୍ୟବସାୟିକ ପ୍ରୟାସ ପାଇଁ ଶ୍ରୀ ପବିତ୍ର ମୋହନ ମାଝୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଏହି ଉଦ୍ୟମ ସଫଳ ହେବା ଏବଂ ଆଗାମୀ ଦିନରେ ଅଞ୍ଚଳବାସୀଙ୍କ ସେବାରେ ଏକ ଉତ୍ତମ ଦୃଷ୍ଟାନ୍ତ ପାଲଟିବ ବୋଲି ଆଶା ପ୍ରକାଶ କରାଯାଇଥିଲା। ସେହିପରି ତାଙ୍କର ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା।