July 23, 2026

ଉଖୁରା ପଞ୍ଚାୟତ ଅନୁକୁମ୍ବା ଗ୍ରାମ ରେ ଆୟୋଜିତ ମେଗା ଜନ ଅଭିଯୋଗ ଶୁଣାଣୀରେ ଲୋକଙ୍କ ଗୁହାରି ଶୁଣିଲେ ବିଧାୟକ..

IMG-20260719-WA0050
Share

      ପାରଳାଖେମୁଣ୍ଡି – (କୃଷ୍ଣ କୁମାର ବେହେରା)-ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଉଖୁରା ପଞ୍ଚାୟତର ଅନୁକମ୍ପା ଗ୍ରାମ ସହ ବିଭିନ୍ନ ଗ୍ରାମକୁ ରେ ବଡ଼ ଧାରଣର ଜନ ଅଭିଯୋଗ ଶୁଣାଣୀ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଇଂ ରୁପେଶ ପାଣିଗ୍ରାହୀ ଯୋଗ ଦେଇ ଲୋକଙ୍କ ସମସ୍ୟା ଶୁଣିଛନ୍ତି। ପର୍ଯ୍ୟାୟ କ୍ରମେ ପ୍ରଥମେ ଉଖୁରା ପଞ୍ଚାୟତ ଅନୁକମ୍ପା ଗ୍ରାମ ସହ ଆଖାପାଖୀ ଗ୍ରାମ ଜନସାଧାରଣଙ୍କ ସହ ସାକ୍ଷାତ କରି ଅଞ୍ଚଳର ସମସ୍ୟା ନେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା, ଗ୍ରାମ ଭିତ୍ତିକ ସମସ୍ୟା, ରାସନ୍ କାର୍ଡ, ଆବାସ ଗୃହ ନିର୍ମାଣ, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳ ସେଚନ, ନାଳ ଆଦି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଜଣାଇଥିଲେ ଅଞ୍ଚଳବାସୀ। ଏହାର ସମାଧାନ ପାଇଁ ତୁରନ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଅବଗତ କରିବା ସହ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରିଛନ୍ତି ବିଧାୟକ । ଏସବୁ ମଧ୍ୟରେ ଅଞ୍ଚଳର ରାସ୍ତା ଓ ପୋଲ ନିର୍ମାଣ ହେଲେ

ଫଳରେ ପଞ୍ଚାୟତ କାର୍ଯ୍ୟାଳୟକୁ, ସ୍କୁଲ , ଚିକିତ୍ସାଳୟକୁ ଯିବା ଆସିବା ସୁବିଧାର ହେବ ବୋଲି ସ୍ଥାନୀୟ ଅଞ୍ଚଳ ବାସି ଜଣାଇଛନ୍ତି। ଅଞ୍ଚଳର ଅନେକ ସମସ୍ୟା ନେଇ ଲୋକେ ବିଧାୟକଙ୍କୁ ଜଣାଇବା ପରେ ଅଞ୍ଚଳର ସମସ୍ୟା ସମାଧାନ କରିବା ନିମନ୍ତେ ପ୍ରୟାସ କରିବେ ବୋଲି ଲୋକଙ୍କୁ ଆଶ୍ଵସନା ଦେଇଛନ୍ତି ବିଧାୟକ । ଚଳିତ ସପ୍ତାହରେ ଲଗାତାର ଭାବେ ପାଖାପାଖି 30 କୋଟି ଟଙ୍କା ର ରାସ୍ତା କାର୍ଯ୍ୟ ର ଭିତ୍ତି ଭୂମି ପ୍ରସ୍ତର କରିଥିଲେ , ବିଧାୟକ ଇଂ ରୁପେଶ ପାଣିଗ୍ରାହୀଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଥିବା ବେଳେ, ଜନସାଧାରଣ ସୁଖ ଦୁଃଖରେ ସାମିଲ ହୋଇ ଲୋକଙ୍କ ସହ ଜଡ଼ିତ ହୋଇ ରହିବା ପ୍ରୟାସ ଯୋଗୁଁ ବିଧାୟକଙ୍କ ଲୋକପ୍ରିୟତା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି।