July 19, 2026

ବାଲୁଗାଁ ଅବକାରୀ ବିଭାଗର ଚଢ଼ାଉ: ୨୦ ଲିଟର ଆସ୍କା ଫର୍ଟି ମଦ ସହ କାର ଜବତ, ଜଣେ ଅଭିଯୁକ୍ତ ଗିରଫ

IMG-20260718-WA0105
Share

 

 

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅବକାରୀ ବିଭାଗ ପକ୍ଷରୁ ଅବୈଧ ମଦ କାରବାର ବିରୋଧରେ ସ୍ୱତନ୍ତ୍ର ଚଢ଼ାଉ କରାଯାଇଛି। ସାତଶଂଖ ବ୍ରିଜ ନିକଟ ଚଣ୍ଡେଶ୍ୱର ଛକରେ ବିଶେଷ ସୂଚନା ଆଧାରରେ ଯାଞ୍ଚ ବେଳେ ଏକ କାରରୁ ୨୦ ଲିଟର ଆସ୍କା ଫର୍ଟି ମଦ ଜବତ କରାଯାଇଛି।ଚଢ଼ାଉ ସମୟରେ ମଦ ପରିବହନରେ ବ୍ୟବହୃତ କାରକୁ ଅବକାରୀ ବିଭାଗ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତଙ୍କ ବିରୋଧରେ ସମ୍ପୃକ୍ତ ଧାରାରେ ମାମଲା ରୁଜୁ କରାଯାଇଛି। ଏହି ଅବୈଧ ମଦ କାରବାର ପଛରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ବାଲୁଗାଁ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି।     ( ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା)