July 19, 2026

ଖୋର୍ଦ୍ଧାରେ ବଡ଼ ସଫଳତା: ୨୫୭ ଗ୍ରାମ ବ୍ରାଉନସୁଗାର ସହ ବୁଲେଟ ମୋଟରସାଇକେଲ ଜବତ, ୨ ଅଭିଯୁକ୍ତ ଗିରଫ

IMG-20260718-WA0097
Share

 

ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଖୋର୍ଦ୍ଧା: ନିଶା କାରବାର ବିରୋଧରେ ଖୋର୍ଦ୍ଧା ସଦର ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବିଶେଷ ସୂଚନା ଆଧାରରେ ପୋଲିସ ଶିଆଳିଆ ଶ୍ୟାମା କାଳୀ ମନ୍ଦିର ନିକଟରେ ଚଢ଼ାଉ କରି ୨୫୭ ଗ୍ରାମ ବ୍ରାଉନସୁଗାର ଜବତ କରିଛି।

ଏହି ଚଢ଼ାଉ ବେଳେ ନିଶା କାରବାରରେ ବ୍ୟବହୃତ ଏକ ବୁଲେଟ ମୋଟରସାଇକେଲକୁ ମଧ୍ୟ ପୋଲିସ ଜବତ କରିଛି। ଘଟଣାସ୍ଥଳରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ବିରୋଧରେ ଏନ୍‌ଡିପିଏସ୍ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।

ପୋଲିସ ଜବତ କରିଥିବା ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଘଟଣା ପଛରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେନେଇ ଖୋର୍ଦ୍ଧା ସଦର ଥାନା ପୋଲିସ ତଦନ୍ତ ଜାରି ରଖିଛି।