ଆଜିର ଖବର..
୧-ପୁରୀ:ମାର୍କେଟ ଛକରେ ତାଳଧ୍ବଜ, ମରିଚିକୋଟରେ ଅଟକିଲା ଦର୍ପଦଳନ;ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଚକେ ଗଡ଼ି ଅଟକିଛି,ଆଜି ସକାଳ ୯ଟାରେ ହେବ ରଥଟଣା।
୨-ପହଣ୍ଡି ସମୟରେ ଅଧା ବାଟରୁ ଖୋଲିଗଲା ମହାପ୍ରଭୁଙ୍କ ଟାହିଆ,ମହାପ୍ରଭୁଙ୍କୁ ବିନା ଟାହିଆରେ ଦେଖି ଭକ୍ତ ନିରାଶ।
୩-ସରିଲା +୨ ପ୍ରଥମ ପର୍ଯ୍ୟାୟ ନାମଲେଖା।
୨ ଲକ୍ଷ ୧୮ ହଜାର ୨୬୪ ଆସନ ଖାଲି ପଡ଼ିଛି।
୪-ଭୁବନେଶ୍ୱର:ପାଠ୍ୟପୁସ୍ତକ ତ୍ରୁଟି ମାମଲା, ଶିକ୍ଷା ବିଭାଗରେ କମ୍ପନ, ବଢ଼ିଲା ଗିରଫ ଡର।
୫-ଭୁବନେଶ୍ୱର:ଆଜି ରାଜ୍ଯର ୭ ରେଳ ଷ୍ଟେସନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ,୧୦୯ କୋଟି ବ୍ୟୟ ବରାଦରେ ହୋଇଛି ନିର୍ମାଣ।
୬-ଶ୍ରୀବାଣୀ କ୍ଷେତ୍ରରେ ସରିଲା ରଥଯାତ୍ରା, ମହିଳାମାନେ ଟାଣିଲେ ଦେବୀ ସୁଭଦ୍ରାଙ୍କ ରଥ।
୭-ଭୁବନେଶ୍ୱର:ରାଜଧାନୀ ରାସ୍ତାରେ ମଣିଷ ଜୀବନ ଶସ୍ତା, ନିଇତି ରାତିରେ ଘଟିଲାଣି ହିଟ୍ ଆଣ୍ଡ ରନ୍ ମାମଲା।
୮-ଆସନ୍ତା ଦୁଇ ଦିନ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଲଘୁଚାପ ‘ୱେଲ ମାର୍କଡ୍ ଲୋ ପ୍ରେସର’ ରେ ପରିଣତ।
୯-ପୁରୀରେ ରଥଯାତ୍ରା: ଶ୍ୱାସରୁଦ୍ଧ ହୋଇ ୩ ଭକ୍ତଙ୍କ ମୃତ୍ୟୁ, ଅନେକ ଅସୁସ୍ଥ।
୧୦-ଗଜପତି:ଅଭାବନୀୟ! ମୀନା ବଜାରରେ ବିଦ୍ୟୁତ ଆଘାତରେ ଚାଲିଗଲା ୧୫ ବର୍ଷୀୟ ବାଳକର ଜୀବନ।
୧୧-ଯୋଡ଼ା, ପାତ୍ର ସାହି:ରାସ୍ତା ଉପରେ ଯୁବକକୁ ହାଣିଦେଲେ, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ସନ୍ଦେହ
୧୨-ବିହାର, ସମସ୍ତିପୁର:ମଇଁଷି ବିକି ପ୍ରେମବିବାହ କଲେ ଯୁବକ, ଘର ଲୋକ ମାଡ଼ ମାରୁଥିବା ଭିଡିଓ ହେଲା ଭାଇରାଲ୍।
୧୩-ନୂଆ ଦିଲ୍ଲୀ:ପ୍ରକାଶ ପାଇଲା NEET UG 2026 ରେଜଲ୍ଟ,୧୧.୨୧ ଲକ୍ଷ ଛାତ୍ରଛାତ୍ରୀ ଅର୍ଜନ କଲେ ଯୋଗ୍ୟତା।
୧୪-କାର୍ଡିଫ: ଦ୍ବିତୀୟ ଦିନିକିଆ; ଇଂଲଣ୍ଡ ୪ ଓ୍ବିକେଟ୍ ରେ ବିଜୟୀ।୧-୧ରେ ସିରିଜ୍ ବରାବର।
୧୫-ନ୍ୟୁୟର୍କ:ଫିଫା ବିଶ୍ଵ କପ୍ ଫାଇନାଲ ଟିକେଟ୍; ଗୋଟିଏ ସିଟ୍ ପାଇଁ ଲୋକେ ଦେଉଛନ୍ତି ୨୪ଲକ୍ଷ ଟଙ୍କା।
୧୬-ସଂସଦର ମୌସୁମୀ ଅଧିବେଶନ ଏଜେଣ୍ଡା ଜାରି, ସୂଚୀରେ ରହିଛି ୭ ବିଲ୍, ମହିଳା ଆରକ୍ଷଣ ଓ ପରିସୀମନ ବିଧେୟକ ଗାୟବ।
୧୭-ଏବେ ଭାରତୀୟ ସେନାରେ ଜାସୁସି ଅସମ୍ଭବ! DRDO ପ୍ରସ୍ତୁତ କଲା ‘କ୍ୱାଣ୍ଟମ୍ ନେଟୱର୍କ’, ମଜବୁତ ହେବ ଦେଶର ସୁରକ୍ଷା।
୧୮-କର୍ଣାଟକରେ ଡାକ୍ତରଙ୍କୁ ହତ୍ୟା,୮ ବର୍ଷର ପୁଅକୁ ଛୁରା ମାଡ଼, ସନ୍ଦେହରେ ପତ୍ନୀ ଅଟକ।
୧୯-ଛାଡପତ୍ର ବିରୋଧରେ ମହିଳାଙ୍କ ଆବେଦନକୁ ଖାରଜ କଲେ ବମ୍ବେ ହାଇକୋର୍ଟ, କହିଲେ ତାଙ୍କ ପୂର୍ବତନ ସ୍ୱାମୀ ପୁନଃବିବାହ କରି ସାରିଛନ୍ତି।
୨୦-ଅଲଜେରିଆ:ଅନାଥାଶ୍ରମରେ ଭୟଙ୍କର ଅଗ୍ନିକାଣ୍ଡ: ୧୧ ଜଣଙ୍କ ମୃତ୍ୟୁ, ୧୯ ଆହତ।
୨୧-ଆମେରିକା ବଦଳାଇବ ଭିସା ନିୟମ, ବିଦେଶୀ ଛାତ୍ରଙ୍କ ରହଣୀ ହେବ ୪ ବର୍ଷରେ ସୀମିତ।
