July 17, 2026

ପୁରୀ ରଥଯାତ୍ରା ର ୨ ମୃତ୍ୟୁ ବ୍ୟକ୍ତି ଓ ସମସ୍ତ ଆହତଙ୍କୁ ମେଡିକାଲ ରେ ଭେଟିଲେ ବିଜେଡ଼ି ପ୍ରତିନିଧି ଟିମ୍ 

IMG-20260716-WA0081
Share

ପୁରୀ ( ଦେବାଶିଷ ଦାଶ )

 

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଦୁଇ ଜଣ ଭକ୍ତଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ ଓ ହୃଦୟବିଦାରକ। ଏହି ଦୁଃଖର ମୁହୂର୍ତ୍ତରେ ମୃତକଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ଜଣାଉଛି।

ଆହତ ଭକ୍ତମାନଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭେଟି ସେମାନଙ୍କ ଚିକିତ୍ସା ଓ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିବା ସହିତ ଶୀଘ୍ର ଆରୋଗ୍ୟ କାମନା କରିଛି।

ସକାଳ ୮ ଟାରୁ ବର୍ତ୍ତମାନ ସୁଦ୍ଧା ୩୬୨ ଜଣ ଭକ୍ତ ହସ୍ପିଟାଲରେ ଆଡ଼ମିଶନ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ମୃତ ବରଣ କରିଥିବା ବେଳେ ୧୨୧ ଜଣ ଗୁରୁତର ଆହତ ଏବଂ ୨୩୩ ଜଣ ଆଂଶିକ ଆହତ ତଥା ହସ୍ପିଟାଲରେ ଚିକିତ୍ସାତାଧିନ ଅଛନ୍ତି।

ଏହା କେବଳ ଏକ ଦୁର୍ଘଟଣା ନୁହେଁ—ଏହା ରାଜ୍ୟ ସରକାରଙ୍କ ବିଫଳ ବ୍ୟବସ୍ଥା ଓ ପ୍ରଶାସନିକ ଅବହେଳାର ଗମ୍ଭୀର ପରିଣାମ। ଲକ୍ଷ ଲକ୍ଷ ଭକ୍ତଙ୍କ ସୁରକ୍ଷା ଦାୟିତ୍ୱ ନେଇଥିବା ସରକାର ଏଥିରେ କାହିଁକି ବିଫଳ ହେଲେ, ତାହାର ଜବାବ ଓ ସମ୍ପୂର୍ଣ୍ଣ ତଦନ୍ତ ଆବଶ୍ୟକ।

 

ଆମାର ଦାବି ମୃତ ବ୍ୟକ୍ତି ମାନଙ୍କୁ ୨୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଏବଂ ସମସ୍ତ ଗୁରୁତର ଆହତ (ଟ୍ରମା୍ କେସ୍) ଭୁବନେଶ୍ୱରର ବିଭିନ୍ନ ଘରୋଇ ହସ୍ପିଟାଲ ତଥା ଏମ୍ସ କୁ ଉତ୍ତମ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଉ। ଏବଂ ସମସ୍ତ ଆହତ ଓ ଚିକିତ୍ସିତ ହେଉଥିବା ଭକ୍ତ ମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ରାଜ୍ୟ ସରକାର ପର୍ଯ୍ୟାପ୍ତ ବ୍ୟବସ୍ଥା କରନ୍ତୁ।

 

ମହାପ୍ରଭୁ ଶ୍ରୀଜଗନ୍ନାଥ ମୃତକଙ୍କ ଆତ୍ମାକୁ ସଦ୍‌ଗତି ଦିଅନ୍ତୁ ଏବଂ ଆହତ ସମସ୍ତ ଭକ୍ତଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ। ଜୟ ଜଗନ୍ନାଥ 🙏

You may have missed