କୋରାପୁଟ ଶlବର ଶ୍ରୀକ୍ଷେତ୍ର ରେ ରଥଯାତ୍ରା ଅନୁଷ୍ଠିତ

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବା ନନ୍ଦିଘୋଷ ଯାତ୍ରା ସାରା ବିଶ୍ୱରେ ରେ ପାଳିତ ହୋଇଥିବା ବେଳେ ଆଜି ଶlବର ଶ୍ରୀକ୍ଷେତ୍ର ଠାରେ ବି ଏହି ନନ୍ଦୀ ଘୋଷ ଯାତ୍ରା ମହାସମାରୋହ ରେ ପାଳିତ ହୋଇଯାଇଛି l ପ୍ରଥମେ ମନ୍ଦିର ର ଦ୍ୱାର ଫିଟା ପରେ ରୀତିନୀତି ଅନୁସାରେ ପୂଜା ଅର୍ଚନା କରାଯିବା ପରେ ମଙ୍ଗଳ ଆଳତି କରାଯାଇଥିଲା ଓ ପରେ ରଥଯାତ୍ରା ପାଇଁ ମା ବିମଳାଙ୍କ ଠୁ ଆଜ୍ଞା ମାଳ ଅଣାଯିବା ପରେ ପ୍ରଥମେ ସୁଦର୍ଶନ ପରେ ବଲଭଦ୍ର ତା ପରେ ମାତା ସୁଭଦ୍ରା ଓ ଶେଷରେ ପ୍ରଭୁ ଜଗନ୍ନାଥ ଙ୍କ ପହଣ୍ଡି ବିଜେ କରାଯାଇଥିଲା ଓ ପରେ ତିନି ରଥ ରେ ଆଦିବାସୀ ଙ୍କ ଗାଁ ମୁଖିଆ ଙ୍କ ଦ୍ୱାରା ଛେରା ପହଁରା କରାଯାଇଥିଲା ଓ ନିର୍ଦ୍ଧିଲ ରିତ ସମୟରେ ଗୋଟେ ପରେ ଗୋଟେ କରି ତିନୋଟି ରଥ ମା ଗୁଣ୍ଡିଚା ଙ୍କ ମନ୍ଦିର ଆଭିମୁଖ୍ୟ ଯାତ୍ରା କରି ନିର୍ଦ୍ଧିlରିତ ସମୟରେ ମାଉସୀମା ମନ୍ଦିର ନିକଟରେ ପହଂଚି ଯାଇଥିଲା କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଜିଲ୍ଲା ଏସ ପି ରୋହିତ ଶର୍ମା ସମେତ ମନ୍ଦିର ପ୍ରଶାସନ ଏ ଉପଲକ୍ଷେ ଉପସ୍ଥିତ ଥିଲେ ସବୁଠୁ ବଡ଼ କଥା ହେଲା ଆଦିବାସୀ ଙ୍କ ଦ୍ୱାରା ଅଣାଯାଇଥିବା ଭୋଗ କୁ ତିନି ଠାକୁର ଙ୍କୁ ପୂଜା ଅର୍ଚନା କାରାଯାଇଥିବା ବେଳେ ପ୍ରଶାସନ ତରଫରୁ ଗାଁ ମୁଖିଆ ଙ୍କୁ ସିରିପା ପିନ୍ଧାଇ ସଂମ୍ମାନିତ କରାଯାଇଥିଲା ପୋଲିସ ପ୍ରଶାସନ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଥିଲେ l( ଗୁପ୍ତେଶ୍ୱର ରଥ କୋରାପୁଟ)
