July 17, 2026

ବାୟା ଅବଧୂତ କଲେଜ ରେ ରେଡ୍ କ୍ରସ ତରଫରୁ ବନମହୋତ୍ସବ:..

IMG-20260715-WA0089
Share

ତିର୍ତ୍ତୋଲ,ରେଡ୍ କ୍ରସ ସୋସାଇଟି ତରଫରୁ ବନ ମହୋତ୍ସବ କାର୍ଯ୍ୟ କ୍ରମ ବାୟା ଅବଧୂତ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କାଉନସେଲର ମନୋରଞ୍ଜନ ଦାସଙ୍କ ତତ୍ତ୍ଵାବଧାନରେ ଓ ଲେଡି କାଉନସେଲର ସାଗରିକା ଦାସ୍ ଙ୍କ ସହଯୋଗରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନଙ୍କୁ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ ସମ୍ପର୍କିତ ଆଲୋଚନା ମାଧ୍ୟମରେ ସଚେତନତା କରିବା ସହ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ସମ୍ମିଳିତ ଭାବରେ ବ୍ୟାପକ ବୃକ୍ଷ ରୋପଣ କରିଛନ୍ତି । ବୃକ୍ଷ ଗୁଡିକ ର ସୁରକ୍ଷା ପାଇଁ ରେଡ୍ କ୍ରସ ସୋସାଇଟି ତରଫରୁ ଉପଯୁକ୍ତ ବ୍ୟବସ୍ଥା ହୋଇଛି । ଏହି ମହାନ୍ କାର୍ଯ୍ୟକର୍ମକୁ କଲେଜ ର ପ୍ରତିଷ୍ଠାତା ପ୍ରଫେସର ଡକ୍ଟର ଇ. ପ୍ରଭାକର ସ୍ୱାଇଁ ଆନୁଷ୍ଠାନିକ ଭାବରେ ଉଦଘାଟନ କରିବା ସହିତ ଗଛ ବଞ୍ଚିଲେ ଆମେ ବଞ୍ଚିବା ବୋଲି କହିଥିଲେ । ବିଶିଷ୍ଟ ସାଂସ୍କୃତିକ ସଂଗଠକ ସରୋଜ କୁମାର ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରକୃତି ର ସୁରକ୍ଷା ପାଇଁ ପ୍ରତ୍ୟେକ ଗଛ ଲଗାଇବା ସହିତ ଅନ୍ୟ ମାନଙ୍କୁ ପ୍ରୋତ୍ସାହିତ କରିବାପାଇଁ ଆହ୍ୱାନ ଦେଇଥିଲେ । କଲେଜ ର ଅଧ୍ୟକ୍ଷ ଡକ୍ଟର ବିବେକାନନ୍ଦ ସିଂହ ଆମେ ବଞ୍ଚିବା ପାଇଁ ଆବଶ୍ୟକ ପରିବେଶ କେବଳ ବୃକ୍ଷ ରୋପଣ ମାଧ୍ୟମରେ ସମ୍ଭବ ବୋଲି କହିଥିଲେ । ଡିଗ୍ରି କଲେଜ ର ଅଧ୍ୟକ୍ଷ ନିରଞ୍ଜନ ବେହେରା ପରିବେଶ ର ସୁରକ୍ଷା ପାଇଁ ସମସ୍ତେ ଗଛ ଲଗାଇବା ଓ ତାହାର ଯତ୍ନ ନେବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ଅଧ୍ୟାପିକା ଦିପି ଦିପାଳି ମହାପାତ୍ର, ସଞ୍ଜୁକ୍ତା ମହାନ୍ତି, ଦୀପ୍ତି ମୟୀ ବେହେରା, ଅଧ୍ୟାପକ ଅଜୟ କୁମାର ସ୍ୱାଇଁ, ସାରଦା ପ୍ରସନ୍ନ ସ୍ୱାଇଁ, ପ୍ରଶାନ୍ତ କୁମାର ସାହୁ, ପୁଷ୍ପକ କୁମାର କରଶର୍ମା, ପ୍ରଶାନ୍ତ କୁମାର ମହାପାତ୍ର, ସଞ୍ଜୟ କୁମାର ଦାସ, ବିକାଶ ଚନ୍ଦ୍ର ମହାନ୍ତି, ରମାକାନ୍ତ ଲେଙ୍କା, ଫକିର ଚରଣ ବାରିକ, ପିଣ୍ଟୁ ଚରଣ ବେହୁରା, ଦିଲ୍ଲିପ କୁମାର ସ୍ୱାଇଁ, ବିଜୟ କୁମାର ଦାଶ, ଶିଶିର କୁମାର ମହାପାତ୍ର, ବିଭୁପଦାରବିନ୍ଦ କର, ଖୁଲଣା ସ୍ୱାଇଁ, ପ୍ରଗତିକା ମହାନ୍ତି, ଲିଲିମା ସ୍ୱାଇଁ ଶାନ୍ତନୁ ଜେନା, ସତ୍ୟ ନାରାୟଣ ମହାପାତ୍ର, ରବିନ୍ଦ୍ର ନାୟକ, ଲୋକନାଥ ରଣା, ଅନିରୁଦ୍ଧ ସାହୁ, ନୃସିଂହ ସାହୁ, ପ୍ରମୋଦ କୁମାର ରାଉତ, ଶ୍ରୀକାନ୍ତ ନାୟକ ଓ ନଗେନ୍ଦ୍ର ନାୟକ ପରିବେଶ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ମାନ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉସ୍ରାହିତ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଚନ୍ଦନ ଦାଶ, ଅନନ୍ୟା ସାହୁ, ସ୍ମୃତି ରଞ୍ଜନ ଦାସ ଓ ତନ୍ମୟ ସାହୁ ଭଲ୍ୟୁଣ୍ଟର କାର୍ଯ୍ୟ କରିଥିଲେ । ଶେଷରେ ରେଡ୍ କ୍ରସ କାଉନସେଲର ମନୋରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । (ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

You may have missed