ଆଜିର ଖବର…
୧-ଭୁବନେଶ୍ୱର:ପାଠ୍ୟପୁସ୍ତକ ଅନିୟମିତତା ମାମଲା; କ୍ରାଇମବ୍ରାଞ୍ଚ ଡିଏସପି ନରେନ୍ଦ୍ର ବେହେରା ମୁଖ୍ୟ ତଦନ୍ତକାରୀ ଅଧିକାରୀ।
୨-ପୁରୀ:ଆଜି ନବଯୌବନ ଦର୍ଶନ,୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ଭକ୍ତମାନଙ୍କୁ ସମୟ ମିଳିବ ଦର୍ଶନ ପାଇଁ। ବୁଧବାର ଦର୍ଶନ ବନ୍ଦ ରହିବ।
୩-ରଥଯାତ୍ରା ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ, ସମୁଦ୍ର କୂଳରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଫୋକସ୍।
୪-କେନ୍ଦୁପତ୍ର ତୋଳାଳି, ବନ୍ଧାଳିଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, କେରି ପିଛା ୧୦ ପଇସା ବୃଦ୍ଧି, ଫାଳ ପିଛା ୨୦ ପଇସା ବୃଦ୍ଧି।
୫-ରଥଯାତ୍ରା ପାଇଁ ପୁରୀରେ ସକ୍ରିୟ ‘ସାଇବର ସାଥୀ’ ଅଭିଯାନ; ବନ୍ଦ ହେଲା ୯ ଫେକ୍ ହୋଟେଲ ୱେବସାଇଟ୍ ସହ ୧୬ URL।
୬-ସଂସଦରେ ଗର୍ଜିବ ବିଜେଡି: ୧୧ଟି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବାକୁ ନବୀନ ଦେଲେ ଗୁରୁମନ୍ତ୍ର।
୭-ଆଜିଠୁ ୫ ଦିନ ଧରି ହେବ ପ୍ରବଳ ବର୍ଷା; ୧୭ ଯାଏଁ ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ କଡ଼ା ବାରଣ,୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି।
୮-ଚିନ୍ତା ବଢାଇଲା କେଜିରୁ ପିଜି ମାଗଣା ପାଠପଢ଼ା।ବର୍ଷକୁ ୪୦୦ କୋଟି ଆସିବ କୁଆଡୁ? ରାଜ୍ୟରେ ୧୨୦୦ରୁ ଅଧିକ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଛି।
୯-ଭୁବନେଶ୍ୱର:ରାଜଧାନୀ କଲେଜରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, କ୍ୟାମ୍ପସରେ ପୋଲିସ ଫୋର୍ସ ମୁତୟନ।
୧୦-ଢେଙ୍କାନାଳ:ଯାତ୍ରୀବାହୀ ବସକୁ ଧକ୍କା ଦେଲା କାର୍; ଅଧା ବାଟରେ ଚାଲିଗଲା ଡ୍ରାଇଭର ଜୀବନ, ୪ ଗୁରୁତର।
୧୧-ପ୍ରଭାତ ବିଶ୍ଵାଳଙ୍କୁ ‘ଗଦ୍ଦାର’ କହିଲେ ନବୀନ, ଜେଲ୍ ଯାଇଥିଲେ ବି ପୁଅକୁ ଟିକେଟ ଦେଇଥିଲି ବୋଲି କହିଲେ।
୧୨-ଭାରତୀୟ ରେଳରେ ନୂଆ ଯୁଗ; ୧୭ରେ ହାଇଡ୍ରୋଜେନ୍ ଟ୍ରେନ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ।
୧୩-ଆଇସିସି ହଲ୍ ଅଫ୍ ଫେମ୍ରେ ସାମିଲ ହେଲେ ସୌରଭ ଗାଙ୍ଗୁଲି, ପିଟରସନ୍ ଓ ଅଞ୍ଜୁମ୍ ଚୋପ୍ରା।
୧୪-ଲର୍ଡସ୍ରେ ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଦଳ: ୟାସ୍ତିକାଙ୍କ ଶତକ ଓ କ୍ରାନ୍ତିଙ୍କ କମାଲରେ ଇଂଲଣ୍ଡକୁ ମାତ୍ ଦେଲା।
୧୫-କରୋନାରେ ଆନ୍ଧ୍ରରେ ୨ ମୃତ୍ୟୁ ପରେ ସୀମାନ୍ତ ଓଡ଼ିଶାରେ ହାଇଆଲର୍ଟ; କୋଭିଡ୍ ଟେଷ୍ଟ ବଢ଼ାଇବାକୁ ସ୍ୱାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ।
୧୬-ଡାଲାସ:ଫିଫା ବିଶ୍ଵ କପ୍;ଆଜି ଫ୍ରାନ୍ସ୍ ଓ ସ୍ପେନ ମଧ୍ୟରେ ହେବ ସେମିଫାଇନାଲ ମ୍ୟାଚ।
୧୭-ବଙ୍ଗୋପସାଗର ଭିତରେ ବଡ଼ ଅଘଟଣ। ଇଲିସି ଲୋଭରେ ଚାଲିଗଲା ୯ ମତ୍ସ୍ୟଜୀବୀଙ୍କ ଜୀବନ, ମିଳୁନି ଅନ୍ୟ ୬ ଜଣଙ୍କ ପତ୍ତା।
୧୮-ପାଠ ପଢ଼ିଲେ ମାଆ ଏବଂ ପୁଅ, IIT ମାଡ୍ରାସରୁ ଏକାଠି ହେଲେ ସ୍ନାତକ, ଏମିତି ଆଗରୁ କେବେ ଘଟିନଥିଲା।
୧୯-ଇରାନ୍ ହିଟଲିଷ୍ଟରେ ନେତାନ୍ୟାହୁ, ଟ୍ରମ୍ପ, ଷ୍ଟାରମର୍, ମେଲୋନି ଓ ମାକ୍ରନଙ୍କ ସମେତ ୧୩ ନେତା।
୨୦-ଟ୍ରମ୍ପଙ୍କ ବଡ଼ ଘୋଷଣା! ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କାର୍ଗୋ ଉପରେ ଆମେରିକା ଲଗାଇବ ୨୦% ଶୁଳ୍କ।
