July 14, 2026

ବୁଗୁଡ଼ା ବସଷ୍ଟାଣ୍ଡରେ ନାହିଁ ପ୍ରତୀକ୍ଷାଳୟ , ଯାତ୍ରୀ ହନ୍ତସନ୍ତ, ପ୍ରତିକାର ଦାବି 

IMG-20260713-WA0077
Share

ବୁଗୁଡ଼ା : ତା ୧୩/୦୭/୨୬ : ସ୍ଥାନୀୟ ନୂଆଁ ବସଷ୍ଟାଣ୍ଡରେ ଯାତ୍ରୀମାନଙ୍କ ବିଶ୍ରାମ ନିମନ୍ତେ କୌଣସି ବ୍ଯବସ୍ଥା ନାହିଁ। ଦୈନିକ ଶତାଧିକ ଯାନବାହାନ ଏହି ବସଷ୍ଟାଣ୍ଡ ଦେଇ ଚଳାଚଳ ହେଉଥିବାବେଳେ ଗାଡିକୁ ଅପେକ୍ଷା କରୁଥିବା ଯାତ୍ରୀଙ୍କ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନର ବ୍ଯବସ୍ଥା ନାହିଁ। ଫଳରେ ଖରାବେଳେ ଟିକିଏ ଛାଇ ପାଇବା ପାଇଁ ଲୋକେ ସେଠାରେ ଥିବା ବିଭିନ୍ନ ଦୋକାନ ସମ୍ମୁଖରେ ରହିବାକୁ ବାଧ୍ୟ ହେଉଛନ୍ତି ଏବଂ ଛିଛାକର ଶୁଣିବାକୁ ପଡୁଛି। ବର୍ଷା ସମୟରେ ଅବସ୍ଥା କହିଲେ ନସରେ , ଯାତ୍ରୀଙ୍କ ସମେତ ବୁଲା ଗାଈଗୋରୁ ତିନ୍ତିବାରୁ ବର୍ତ୍ତିବା ପାଇଁ ଗୋଟିଏ ସ୍ଥାନରେ ରହିବାକୁ ପଡୁଛି । ପ୍ରତୀକ୍ଷାଳୟ ବିହୁନେ ଯାତ୍ରୀଙ୍କ ଏହି ସମସ୍ଯା ସମ୍ପର୍କେ ବହୁବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀମାନେ ଉଭୟ ଖରା ଏବଂ ବର୍ଷା ସମୟରେ ହନ୍ତସନ୍ତ ହେଉଥିବାରୁ ସେମାନେ ଅସନ୍ତୋଷ ଜାହିର କରୁଥିବା ଦେଖିବାକୁ ମିଳୁଛି। ଏଣୁ, ଯାତ୍ରୀଙ୍କ ସୁବିଧା ସକାଶେ ଏକ ପ୍ରତୀକ୍ଷାଳୟର ବ୍ଯବସ୍ଥା ନିମନ୍ତେ ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।