July 13, 2026

ଝଙ୍କଡ଼ ସାରଳାପୀଠରେ ଆଉ କେତେବର୍ଷ ପରେ, ବିସ୍ଥାପିତ ଦୋକାନୀ ମାନଙ୍କୁ ଥଇଥାନ କରାଯିବ ? ଠେଲାଗାଡି ରେ ବେପାର କରିବା ବଡ଼ କଷ୍ଟସାଧ୍ୟ

IMG-20260712-WA0036
Share

          ତିର୍ତ୍ତୋଲ ତା 11/7/2026 ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ, କନକପୁର ବଜାର ର ସମ୍ପ୍ରସାରଣ ପାଇଁ, ତିନିଟି ପର୍ଯ୍ୟାୟ ରେ ପ୍ରାୟ ତିନିଶହରୁ ଉର୍ଧ୍ଵ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ତରଫରୁ ଖୋଲାଯାଇଥିବା ଦୋକାନ ଘରଗୁଡିକ, ପ୍ରଶାସନ ପକ୍ଷରୁ ବୁଲଡୋଜର ଲଗାଇ ଭାଙ୍ଗିଦିଆଯାଇଥିଲା l 2009 ରେ ପ୍ରଥମପର୍ଯ୍ୟାୟ ରେ ପଚାଶଟି ଦୋକାନଘର, 2015 ରେ ଏଠାରୁ ବଡ଼ଠାକୁର ବଳଭଦ୍ର ଦେବ ଙ୍କ ବ୍ରହ୍ମଦାରୁ ଆବିର୍ଭୁତ ହେବାପରେ ଦେଢ଼ଶହ ଦୋକାନ ଓ 2019 ରେ ସାରଳାପୀଠର ନବୀକରଣ କାର୍ଯ୍ୟପାଇଁ, ରାଜ୍ୟସରକାର ଙ୍କ ତରଫରୁ ବୟାଳିଶି କୋଟି ଟଙ୍କା ଆର୍ଥିକ ଅନୁଦାନ ରେ କାମ ଆରମ୍ଭହେବାପୂର୍ବରୁ ଆଉ ଦେଢ଼ଶହ ରୁ ଉର୍ଦ୍ଧ ଦୋକାନଘରକୁ ଭାଙ୍ଗିଦିଆଯାଇଥିଲା l ତତ୍କାଳୀନ ଶ୍ରୀମନ୍ଦିର ପ୍ରଶାସନିକ ମୁଖ୍ୟ ସୁରେଶ ମହାପାତ୍ର ଓ ଜଗତସିଂହପୁର ଜିଲ୍ଲାପାଳ ସତ୍ୟକୁମାର ମଲ୍ଲିକ, ଦୃଢ଼ପ୍ରତିଶୃତି ଦେଇଥିଲେ, ଯେ ମାତ୍ର ତିନିମାସ ମଧ୍ୟରେ ସମସ୍ତ ବିସ୍ଥାପିତ ଦୋକାନୀମାନଙ୍କୁ ନୂତନ ମାର୍କେଟ କପ୍ଲେକ୍ସ ନିର୍ମାଣ କରାଯାଇ ଥଇଥାନ କରାଯିବ l ମାତ୍ର ଦୀର୍ଘ ସାତବର୍ଷ ରୁ ଉର୍ଦ୍ଧ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଜଣେ ହେଲେ ବିସ୍ଥାପିତ ଙ୍କୁ ନବନିର୍ମିତ ମାର୍କେଟ କମ୍ପ୍ଲେକ୍ସ ର ଦୋକାନଘର ଯୋଗାଇଦିଆଯାଇନାହିଁ l ସୂଚନାଯୋଗ୍ୟ ତିନିବର୍ଷ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା, ଏଠାରେ ଥିବା ମାର୍କେଟକମ୍ପେକ୍ସ ସହିତ, ଓଟିଡିସି ପାନ୍ଥଶାଳା, ରାଜ୍ୟ ଜଳସମ୍ପଦ ବିଭାଗ ଦ୍ୱରା ନିର୍ମିତ ଝଙ୍କଡ଼ ବିଶ୍ରାମାଗାର, ନୂତନ ଯାତ୍ରୀବିଶ୍ରାମାଗାର ଓ ସୂଚନାକେନ୍ଦ୍ର, ପାଠାଗାର ଆଦି ପ୍ରକଳ୍ପ ଗୁଡିକ, ଏକ ଭରଚୁଆଲ ଉନ୍ମୋଚନ କରିଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ କୌଣସି ଗୋଟିଏ ହେଲେ କାର୍ଯ୍ୟକାରୀ ହୋଇ ପାରିନାହିଁ l ଏ ସମ୍ପର୍କରେ ଏକ ମାସ ପୂର୍ବରୁ ସାରଳା ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ବିସ୍ଥାପିତଦୋକାନୀ ମାନେ ଆପତ୍ତି ଅଭିଯୋଗ କରିଥିଲେ l କାର୍ଯ୍ୟନିର୍ବାହୀ ଅଧିକାରୀ ଏହାର ଉତ୍ତରରେ କହିଥିଲେ ଯେ, ମାର୍କେଟକମ୍ପ୍ଲେକ୍ସ ର ବିଦ୍ୟୁତକରଣ କାର୍ଯ୍ୟ ସରିନାହିଁ, ସେଥିପାଇଁ ଠିକାଦାରୀ ସଂସ୍ଥା ମନ୍ଦିରପ୍ରଶାସନ କୁ ଏହାକୁ ହସ୍ତାନ୍ତର କରିନାହାନ୍ତି l ମାତ୍ର ପନ୍ଦରଦିନ ମଧ୍ୟରେ କାମସାରି ଆମକୁ ହସ୍ତାନ୍ତର କରିବାପରେ ଆମେ ସମସ୍ତ ଦୋକାନୀମାନଙ୍କୁ ଦୋକାନଘର ଯୋଗାଇଦେବୁ l ମାତ୍ର ଇତିମଧ୍ୟରେ ଦୀର୍ଘଏକମାସ ଅତିକ୍ରାନ୍ତ କରିଥିଲେ ମଧ୍ୟ ପ୍ରଶାସନ ର କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ l ଯାହାଫଳରେ ଦୀର୍ଘ ଅଠରବର୍ଷ ପୂର୍ବରୁ ଜୀବନଜୀବିକା ହରାଇଥିବା, ଜଣେହେଲେ ଦୋକାନୀ ଙ୍କୁ ଦୋକାନଘର ଯୋଗାଇ ଦିଆଯାଇନାହଁ l ତେଣୁ ଠେଲାଗାଡି ଧରି ବହୁଦୁଃଖକଷ୍ଟ ରେ କେତେକ ଯୁବବ୍ୟବସାୟୀ ପେଟପୋଷୁଥିବାବେଳେ, ଅଧିକାଂଶ ଦୋକାନୀ, ଦୋକାନଘର ଭଙ୍ଗାଯିବା ପରଠାରୁ, ଭୋକଉପାସ ରେ ଜୀବନ ବିତାଉଛନ୍ତି l ବର୍ଷତମାମ ଏହି ପ୍ରସିଦ୍ଧ ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠକୁ ରାଜ୍ୟସରକାର ଙ୍କ ମନ୍ତ୍ରୀ, ଯନ୍ତ୍ରୀ, ଉଚ୍ଚପ୍ରଶାସନିକ ଅଧିକାରୀ ଙ୍କ ସମେତ ଜିଲ୍ଲାପ୍ରଶାସନ, ଜନପ୍ରତିନିଧି ଓ ପଦସ୍ଥଅଧିକାରୀ ମାନଙ୍କ ବାରମ୍ବାର ଗ୍ରସ୍ତକାର୍ଯ୍ୟକ୍ରମ ଚାଲିଥିଲେ ମଧ୍ୟ କେଜାଣି କାହିଁକି ଓ କେମିତି ଏହି ସମବେଦନଶୀଳ ଘଟଣା ବିଷୟରେ, ମାଆଙ୍କ ସେବାୟତ ଓ ସ୍ଥାନୀୟଅଞ୍ଚଳର ଅଧିବାସୀ ମାନଙ୍କ ତରଫରୁ ଆପତ୍ତି ଅଭିଯୋଗ କଲାପରେ ମଧ୍ୟ ଜିଲ୍ଲାପ୍ରଶାସନ ଠାରୁ ଆରମ୍ଭ କରି ରାଜ୍ୟପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଯାଇଛି, ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର