July 13, 2026

ମିନିଗାଁ ଠାରେ ହୋଉଥିବା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

IMG-20260712-WA0044
Share

         ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା କାଶୀନଗର ବ୍ଲକ ଶିତାପୂର୍ ପଞ୍ଚାୟତ ଅନ୍ତର୍ଗତ ମିନିଗାଁ ଠାରେ ଏକ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ର ନୂତନ କୋଠା ନିର୍ମାଣ ବିଳମ୍ବରେ ହେଉଥିବାରୁ ସ୍ଥାନୀୟ ସରପଞ୍ଚ ତେଜେଶ୍ୱର୍ ରାଓ ଙ୍କ ନିବେଦନ ରେ ଆଜି ବିଧାୟକ ରୁପେଶ ପାନିଗ୍ରାହିଁ ସେଠାରେ ପହଞ୍ଚି ଦାଦରକ୍ କରିବା ସଙ୍ଗେ ସଙ୍ଗେ, ବିଭାଗୀୟ ଅଧିକାରୀ ଙ୍କୁ ତୁରନ୍ତ ଏହି ସ୍ବାସ୍ଥ୍ୟ କେନ୍ଦ୍ର କୁ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କହିଥିଲେ । ଏହି ପଞ୍ଚାୟତ ରେ ସ୍ବାସ୍ଥ୍ୟ କେନ୍ଦ୍ର ନଥିବାରୁ ସାଧାରଣ ରୋଗ ଟି କିମ୍ବା ସାଧାରଣ ଆଘାତ ହେଲେ ମଧ୍ୟ ବାଧ୍ୟ ହୋଇ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ କୁ ଯିବାକୁ ବାଧ୍ୟ ହେଉଛନ୍ତି , ମୁଖ୍ୟତଃ ଏହି ଅଞ୍ଚଳ ଚାଷ ଜମି ଜଳମଗ୍ନ ସ୍ଥାନ , ସ୍ଥାନୀୟ ଚାଷୀ ମାନେ ସାପ କାମୁଡ଼ା ରେ ଅଧିକାଂଶ ପ୍ରାଣ ହରାଇବା ସ୍ଵାଭାବିକ , ନିକଟ ରେ ହସ୍ପିଟାଲ ନଥିବାରୁ ଚାଷୀ ଙ୍କ ପ୍ରାଣ ଚାଲିଯାଉଥିବା ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି, ଏହି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଟି ହେଲେ ନିଶ୍ଚିତ ଭାବେ ସ୍ଥାନୀୟ ଲୋକେ ଉପକୃତ ହୋଇପାରିବେ