August 26, 2026

ଉମରକୋଟ ପେଣ୍ଡ୍ରାଣି ମାଁ ଙ୍କ ଯାତ୍ରା ଅଗଷ୍ଟ ୩ ରେ ଅନୁଷ୍ଠିତ ହେବ…………

IMG-20260711-WA0018
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ପ୍ରତି ବର୍ଷ ପରି ଚଳିତ ବର୍ଷ ମାଁ ପେଣ୍ଡ୍ର।ଣି ଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଅଗଷ୍ଟ ୩ ତାରିଖ ଦିନ ଅନୁଷ୍ଠିତ ହେବ। ଏଥି ପାଇଁ ଆଜି ପେଣ୍ଡ୍ରାଣି ମ।ଙ୍କ ମନ୍ଦିର ପରିସର ରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଇଥିଲା। ବୈଠକରେ ପେଣ୍ଡ୍ରାଣି ମାଁ ଙ୍କ ମନ୍ଦିର ପରିଚାଳନା କମିଟି ସଭାପତି ଭୈରବ ପ୍ରସାଦ ମିଶ୍ରଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ଏହି ବୈଠକରେ ମନ୍ଦିର ପରିଚାଳନା କମିଟି ସମସ୍ତ ସଦସ୍ୟ, ସହର ର କିଛି ଭଦ୍ର ବ୍ୟକ୍ତି, ଶିରା ,ଗାଉଁଠିଆ, ବାରପାଲି ରଇତ ମାନେ ଯୋଗ ଦେଇଥିଲେ। ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଯାତ୍ରା ଯେପରି ମହା ଆଡମ୍ବରରେ ପାଳିତ ହେବ ସେଥି ନେଇ ବିସ୍ତୃତ ଭାବେ ଆଲୋଚନା ହେଇଥିଲା। ଯେହେତୁ ଯାତ୍ରାରେ ଅବିଭକ୍ତ କୋରାପୁଟ ଜିଲ୍ଲା ଓ ପଡୋଶୀ ଛତିଶଗଡ ରାଜ୍ୟ ରୁ ୫ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଙ୍କ ସମାଗମ ହେବ ସେଥି ନେଇ ପୋଲିସ ଓ ପ୍ରଶାସନ ଅଧିକାରୀ ଙ୍କ ମିଳିତ ସହଯୋଗ ରେ ଯେପରି ଶାନ୍ତି ଶୃଙ୍ଖଳା ର ସହ ଯାତ୍ରା ସମ୍ପନ୍ନ ହେବ ସେଥି ନେଇ ମଧ୍ୟ ଆଲୋଚନା ହେଇଥିଲା। ବୈଠକରେ ମନ୍ଦିର ପରିଚାଳନା କମିଟି ସଭାପତି ଭୈରବ ପ୍ରସାଦ ମିଶ୍ର, ଉପ ସଭାପତି ଗୋପାଳ ପଟ୍ଟନାୟକ, ସମ୍ପାଦକ ଗୋବିନ୍ଦ ମାଝୀ, ଯୁଗ୍ମ ସମ୍ପାଦକ ଟୁଲୁ ସାହୁ, କୋଷାଧ୍ୟକ୍ଷ ଚୂଡ଼ାମଣି ମାଳି , ଉପଦେଷ୍ଟା ଗଜେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ପେଣ୍ଡ୍ରାଣି ମାଁ ଙ୍କ ପୂଜାରୀ ଉଗ୍ର ପୂଜାରୀ, ରଜତ ସ।ନ୍ତ୍ର।, ଭୁବନ ପୂଜାରୀ, ଏସ. ବିଜୟ, ହେମନ୍ତ ଜେନା , ବିଦ୍ୟାଧର ଜେନା ନରସିଂହ ମାଝି , ତୁଳସୀ ନାୟକ ଓ ପର୍ଶୁରାମ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

You may have missed