July 10, 2026

ରସୁଲପୁର ରେ ପୈତୃକ ସମ୍ପତ୍ତି କୁ ହଡପ କରିବାକୁ ଉଦ୍ୟମ : ପ୍ରତିବାଦ କରିବାରୁ ଜୀବନ ରୁ ମାରିଦେବାକୁ ଧମକ

IMG-20260709-WA0083
Share

ତିର୍ତ୍ତୋଲ ତା 9/7/2026 ପୈତୃକ ସମ୍ପତି କୁ ଚଞ୍ଚକତା କରି ନିଜନାମରେ ବେଆଇନି କବଲା କରିନେବା ପରେ, ସେହି ସମ୍ପତିଉପରେ ଅନ୍ୟ ଭାଗିଦାରୀ ଭାଇମାନେ ଆପତ୍ତି କରିବାରୁ, ଜୀବନ ରୁ ମାରିଦେବାକୁ ଧମକ ଦେଉଥିବା ସାନଭାଇ ବିରୁଦ୍ଧରେ, କନକପୁର ପୋଲିସ ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରାଯାଇଛି l ଖବରଅନୁଯାଇ, ତିର୍ତ୍ତୋଲବ୍ଲକ, ବିରିତୋଳ ପଞ୍ଚାୟତ ଅଧିନ ରସୁଲପୁର ଗ୍ରାମର ମହମଦ ଜାଫର ଖାଁ, ଜଣେ ଶାରୀରିକ ଓ ମାନସିକ ଅକ୍ଷମ ଅଶିବର୍ଷର ବୃଦ୍ଧ l ତାଙ୍କର ଘରବାଡ଼ି ତିନିଗୁଣ୍ଠ ଓ ସେଥିରେ କୋଠାଘର, ପ୍ରାଚୀର ଓ କେତେକ ଗଛବୃକ୍ଷ୍ୟ ରହିଥିଲାବେଳେ, ପଇଁତିରିଶ ଡିସମିଲ ଚାଷଜମି ମଧ୍ୟ ରହିଛି l ରୋଗରେ ଶଯ୍ୟାଶାୟୀ ହୋଇ ଘରେପଡିଥିଲା ବେଳେ ହାତଥରୁଥିବାରୁ ସ୍ଵାକ୍ଷର ମଧ୍ୟ କରିପାରୁନାହାନ୍ତି l ମହମଦ ଜବାର ଖାଁ ବଡ଼ପୁଅ, ମହମଦ ହିପଜୁର ରହେମନ ମଝିଆଁ ପୁଅ ଓ ମହମଦ ବାବର ଖାଁ ସାନପୁଅ ସହିତ ସୀତାର ଵେଗାମ ନାମରେ ଆଉଜଣେ ବିବାହିତା ଝିଅ ମଧ୍ୟ ଜାଫର ଖାଁ ଙ୍କ ପରିବାର ର ଅନ୍ତର୍ଭୁକ୍ତ l ମାତ୍ର ସାନପୁଅ ମହମଦ ବାବର ଖାଁ, ପରିବାରବର୍ଗ ଓ ଗ୍ରାମବାସୀ ଙ୍କ ଅଗୋଚର ରେ,ଏବଂ ଏକ କୁଚକ୍ରୀଗୋଷ୍ଠୀ ର ସହାୟତା ରେ, ତିର୍ତ୍ତୋଲ ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ ରେ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କୁ ଚଞ୍ଚକତା କରି ଗତ 29/6/2026 ତାରିଖରେ ନିଜନାମରେ କରାଇ ନେଇଛନ୍ତି l ଏ ସମ୍ପର୍କରେ ଅନ୍ୟଭାଗିଦାରୀ ଭାଇଙ୍କ ଆବେଦନ ଗ୍ରହଣ କରି, ଉପନିବନ୍ଧକ ଏହି ଦଲିଲ ନମ୍ବର 772600946,ସିରିଏଲ ନମ୍ବର 936 ଦଲିଲ ର କପି ପ୍ରଦାନ କରିବାକୁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ପ୍ରଦାନ କରି ନାହାନ୍ତି l ଏ ସମ୍ପର୍କରେ ସାନଭାଇ କୁ ପଚାରିବାରୁ ସାନଭାଇ ବାବର ଖାଁ ଅନ୍ୟଭାଗିଦାରୀ ଭାଇମାନଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଛି ବୋଲି ଗତ ତା 9/7/2026 ରିଖରେ କନକପୁର ପୋଲିସ ଫାଣ୍ଡି ରେ ଏକ ଲିଖିତ ଅଭିଯୋଗ କରାଯାଇଛି l ପୋଲିସ ଏତେଲା କୁ ଗ୍ରହଣ କରି ତଦନ୍ତଆରମ୍ଭ କରିଛି l ଅପରପକ୍ଷରେ ଆବେଦନକାରୀ ଙ୍କ ଜୀବନ ପ୍ରତି ବିପଦ ଥିବାରୁ, ତାଙ୍କୁ ପୋଲିସ ତରଫରୁ ସୁରକ୍ଷା ଯୋଗାଇ ଦେବାକୁ ମଧ୍ୟ ନିବେଦନ କରିଥିବାର ଜଣାଯାଇଛି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର