ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସିଡବ୍ଲୁସିର ସ୍ୱାଗତ ସମ୍ବର୍ଦ୍ଧନା ଶିଶୁ ମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଉପମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ସମ୍ବଲପୁର, ୦୯. ୦୭:ଆଜି ଜିଲ୍ଲାପାଳ କକ୍ଷ ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସିଡବ୍ଲୁସିର ନବ ମନୋନୀତ ସଦସ୍ୟ ସଦସ୍ୟା ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
ଏହି ଅବସରରେ ବାଲ୍ୟ ବିବାହ, ଶିଶୁ ଚାଲାଣ, ଶିଶୁ ଶ୍ରମିକ,ଅବହେଳିତ ଓ ଶିକ୍ଷା ସୁରକ୍ଷା ଯତ୍ନ ଆବଶ୍ୟକ କରୁଥିବା ଶିଶୁ ମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ପରାମର୍ଶ ଦେଇଥିଲେ।ସୂଚନା ଯୋଗ୍ୟଯେ ଗତ ମାର୍ଚ୍ଚ ମାସ ୧୨ ତାରିଖ ଦିନ କବିତା ପଣ୍ଡା (ଅଧ୍ୟକ୍ଷା)ଜ୍ୟୋତି ଶତପଥୀ, ଗାର୍ଗୀ ପଣ୍ଡା, ଡ଼ା. ରାଜାରାମ ଷଡ଼ଙ୍ଗୀ ଓ ଦିଲ୍ଲୀପ ମୁଖି ଶିଶୁ ମଙ୍ଗଳ ସମିତିର ନୂତନ ସଦସ୍ୟା ସଦସ୍ୟ ଭାବେ ନୂତନ କାର୍ଯ୍ୟାଭାର ଗ୍ରହଣ କରିଥିଲେ। ଏହି ସମୟରେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଡିସିପିଓ ଶୁଚିସ୍ମିତା ପଟ୍ଟନାୟକ, ସାଂସଦ ପ୍ରତିନିଧି ନାଉରୀ ନାଏକ, ଜିଲ୍ଲା ବିଜେପି ସଭାପତି ରାମଚନ୍ଦ୍ର ମେହେର, ରାଜ୍ୟ ବିଜେପି ନେତ୍ରୀ ସବିତା ନନ୍ଦ ପ୍ରମୁଖ ବହୁ ଅଧିକାରୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ।
