କୋରାପୁଟ ଜିଲ୍ଲାର ୨୨ତମ ଜିଲ୍ଲା ଯୋଜନା କମିଟି (DPC) ବୈଠକ ଅନୁଷ୍ଠିତ

କୋରାପୁଟ, ୮ ଜୁଲାଇ ୨୦୨୬: କୋରାପୁଟ ଜିଲ୍ଲାର ୨୨ତମ ଜିଲ୍ଲା ଯୋଜନା କମିଟି (District Planning Committee-DPC) ବୈଠକ ଆଜି ସଦଭାବନା ସଭାଗୃହ, ଡିଏନକେ ସମ୍ମିଳନୀ କକ୍ଷ, କୋରାପୁଟରେ ମାନ୍ୟବର ବିଧାୟକ-ତଥା-ଡିପିସି ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ କୋରାପୁଟ ଓ ନବରଙ୍ଗପୁର ଲୋକସଭା ସାଂସଦ, ଜୟପୁର, ପଟ୍ଟାଙ୍ଗି, କୋଟପାଡ଼ ଓ ଲକ୍ଷ୍ମୀପୁର ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଜିଲ୍ଲା ଯୋଜନା କମିଟିର ସଦସ୍ୟମାନେ (ଜିଲ୍ଲା ପରିଷଦ ସଦସ୍ୟ ଓ କାଉନସିଲର), ଜିଲ୍ଲାପାଳ ଓ ଜିଲ୍ଲା ଦଣ୍ଡାଧିକାରୀ, ସିଡିଓ-କମ୍-ଇଓ, ଆଇଏଏସ୍ ପ୍ରୋବେସନର, ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ), ଡିପିଏମୟୁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ବୈଠକର ମୁଖ୍ୟ ଆଲୋଚ୍ୟ ବିଷୟ:
* KBK ବିକାଶ ଯୋଜନା ଅନ୍ତର୍ଗତ ୨୦୨୪-୨୫ ଓ ୨୦୨୫-୨୬ ବର୍ଷ ପାଇଁ ୧୪ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟଯୋଜନାକୁ ଅନୁମୋଦନ କରାଯାଇଥିଲା। ଏହି ଯୋଜନାରେ ବିଜୁଳି, ସଡ଼କ ଓ ପାଣି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି।
* ୨୦୨୪-୨୫ ବର୍ଷ ପାଇଁ ଜିଲ୍ଲା ଯୋଜନା ଅଧୀନରେ Critical Gap Fund (CGF) ବାବଦରେ ୪ କୋଟି ୧୪ ଲକ୍ଷ ଟଙ୍କାର ପ୍ରସ୍ତାବକୁ ଅନୁମୋଦନ କରାଯାଇଥିଲା।
* ମାନ୍ୟବର ବିଧାୟକ-ତଥା-ଡିପିସି ଅଧ୍ୟକ୍ଷ ରାଜ୍ୟ ବଜେଟରେ କୋରାପୁଟ ଜିଲ୍ଲା ପାଇଁ ଅନୁମୋଦିତ ହୋଇଥିବା ନିମ୍ନଲିଖିତ ପ୍ରମୁଖ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ:
ବ୍ରହ୍ମପୁର–ଜୟପୁର ସଂଯୋଗ ପ୍ରକଳ୍ପ, ପ୍ରାୟ ୨୮୭ କି.ମି. ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ରକଳ୍ପର ଆନୁମାନିକ ବ୍ୟୟ ୯,୦୦୦ କୋଟି ଟଙ୍କା।
ମେଗା ଲିଫ୍ଟ ଓ ଆଇଏସଏସ (ISS) ଯୋଜନା ମାଧ୍ୟମରେ ଜଳସେଚନ ବ୍ୟବସ୍ଥାର ସମ୍ପ୍ରସାରଣ।
ଜିଲ୍ଲାରେ ଏକ ବର୍ଣ୍ଣ ୟୁନିଟ୍ (Burn Unit) ପ୍ରତିଷ୍ଠା।
ବୈଠକରେ ସୂଚନା ଦିଆଯାଇଥିଲା ଯେ, ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ୩.୧୦ ଲକ୍ଷ କୋଟି ଟଙ୍କା ଥିବା ବେଳେ କୋରାପୁଟ ଜିଲ୍ଲାର ବଜେଟ ୪,୬୧୨.୭୧ କୋଟି ଟଙ୍କା ରହିଛି।
ଜିଲ୍ଲା ଯୋଜନା କମିଟିର ସମସ୍ତ ସଦସ୍ୟ ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ସମସ୍ତ ଋତୁରେ ଚଳାଚଳ ଯୋଗ୍ୟ ସଡ଼କ, ବିଦ୍ୟୁତ୍ ସରବରାହର ସ୍ଥିରତା ଏବଂ ଜୀବିକା ସୃଷ୍ଟି କାର୍ଯ୍ୟକ୍ରମର ଉନ୍ନତି ନିମନ୍ତେ ନିଜ ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ।
ଏଥିସହ GYAN (Garib, Youth, Annadata, Nari Shakti) ବଜେଟ ଅଧୀନରେ MBPY, GMMSP, VBG-RAM-G, CM-KISAN ଏବଂ Subhadra Yojana ଭଳି ଯୋଜନା ମାଧ୍ୟମରେ ପ୍ରାଥମିକ କ୍ଷେତ୍ରଗୁଡ଼ିକର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା।
ସିଡିଏମ୍ ଓ ପିଏଚ୍ଓ, କୋରାପୁଟ ବୈଠକରେ ସୂଚନା ଦେଇଥିଲେ ଯେ, ଜିଲ୍ଲାରେ ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା ପାଇଁ ରାଜ୍ୟ ବଜେଟରେ ଅନୁମୋଦନ ମିଳିସାରିଛି, ଯାହା ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଶେଷରେ ସଭାପତିଙ୍କୁ ଧନ୍ୟବାଦ ଜ୍ଞାପନ ସହ ବୈଠକ ସମାପ୍ତ ହୋଇଥିଲା।କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
