August 27, 2026

କନକପୁରଦେଉଳି ନାୟକସାହି ରାସ୍ତାରେ ଆଣ୍ଠିଏ ପାଣି : ପୁନଃନିର୍ମାଣ କାମ କେବେହେବ ?

IMG-20260705-WA0019
Share

ତିର୍ତ୍ତୋଲ ତା 5/7/2026 ମା ସାରଳା ଠାକୁରାଣୀ ଙ୍କ ପ୍ରାଚୀନପୀଠସ୍ଥଳି, ଲଣ୍ଡାଦେଉଳ ନିକଟସ୍ଥ, କନକପୁରଦେଉଳି ନାୟକସାହି ରାସ୍ତା ଟି ଅସରାଏ ବର୍ଷାହେଲେ ଆଣ୍ଠିଏ ପାଣିର ସୁଅ ଛୁଟୁଛି l ଏହି ନାୟକସାହି ରେ ପନ୍ଦରଜଣଙ୍କ ଘରବାଡ଼ି ରହିଥିବା ବେଳେ ସମସ୍ତେ ମା ସାରଳା ଠାକୁରାଣୀ ଙ୍କର ନିତ୍ୟସେବକ ଭାବରେ ନିୟୋଜିତ ରହିଆସିଛନ୍ତି l ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ, ଯାତାୟତ କଲାବେଳେ ଏହି ପଚାଶଢା ନର୍ଦ୍ଦମା ପାଣିରେ ପଶି ଯିବାକୁ ପଡୁଛି l ଯଦି ଏହି ଗ୍ରାମ୍ୟରାସ୍ତା କୁ ଉଚ୍ଚ କରାଯାଇ ପୁନଃନିର୍ମାଣ କରାଯାଆନ୍ତା ତେବେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରନ୍ତା l କନକପୁର ପଞ୍ଚାୟତ ଓ ତିର୍ତ୍ତୋଲବ୍ଲକ ପ୍ରଶାସନ ତରଫରୁ ଏହି ରାସ୍ତାର ଦୁରାବସ୍ଥା କୁ ଅନୁଧ୍ୟାନ କରାଯାଇ ଆବଶ୍ୟକୀୟ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାନିମନ୍ତେ ସ୍ଥାନୀୟବାସିନ୍ଦା ଲକ୍ଷ୍ମୀଧର ମହାପାତ୍ର, ଜ୍ୟୋତିରଞ୍ଜନ ନାୟକ, ସରୋଜ କୁମାର ନାୟକ, ତ୍ରିନାଥ ରାଉଳ, ଲିପୁ ରାଉଳ, ଧର୍ମାନନ୍ଦ ନାୟକ, ସୁନାକର ନାୟକ, ମମତା ନାୟକ ଓ ସଞ୍ଜୟ ନାୟକ ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ଦୃଢ଼ଦାବୀ କରିଅଛନ୍ତି lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର