July 3, 2026

ଅପେକ୍ଷା ର ଅନ୍ତ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

IMG-20260703-WA0006
Share

 

 

ଗଞାମ =ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି l ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି ଅଧୀନରେ ରହି ଆସିଛି l ଏଥିରେ କିଛି ବୈଷୟିକ ତ୍ରୁଟି ଓ ପରିଚାଳନାଗତ ଅବହେଳା ଯୋଗୁଁ ଅବ୍ୟବହୃତ ହୋଇ ପଡ଼ି ରହିଛି ।ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ୍ ଙ୍କ ନିର୍ଦ୍ଦେଶ କ୍ରମେ ଏଡିଏମ୍ ସଚ୍ଚିଦାନନ୍ଦ ନାୟକ ,ଛତ୍ରପୁର ଉପ ଜିଲ୍ଲାପାଳ ଦେବାଶିଷ ବରାଳ,ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ଆର୍ ଏମ୍ ସି ହିଞ୍ଜିଳିକାଟୁ ସମ୍ପାଦକ ପ୍ରମୁଖ ଏଠାକୁ ଆସି ଚାଷୀ ମାନଙ୍କ ନେତୃତ୍ୱ ନେଉଥିବା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ଝାରେଡି ରାଧା ଗୋବିନ୍ଦପୁର ସରପଞ୍ଚ ସିଦ୍ଧେଶ୍ୱର ନାହାକ,ଚାଷୀ ନିରଞ୍ଜନ ନାହାକ,ପ୍ରଭାକର ନାହାକ,ବଂଶୀଧର ନାହାକ,ଯୋଗୀ ନାହାକ,ରଞ୍ଜନ ନାହାକ,ମନୋଜ ନାହାକ,ରାଜ୍ୟପାଳ ପୁରସ୍କୃତ ଶିକ୍ଷାବିତ୍ ବିଜୟ କୁମାର ବିଶ୍ଵାଳ ଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ସହ ଆଲୋଚନା କରିଥିଲେ ।ଏହି ସମସ୍ୟାର ଆଶୁ ସମାଧାନ ଓ ଅଚଳ ପ୍ରକଳ୍ପର ସଫଳ ରୂପାୟନ ପାଇଁ ଅଗ୍ରଣୀ ଚାଷୀ ମାନଙ୍କୁ ନେଇ ଏକ ୨୧ ଜଣିଆ କମିଟି ଗଠନ କରାଯାଇଛି ।ଆଗାମୀ ଭବିଷ୍ୟତରେ ଏହି କ୍ଷୁଦ୍ର ଶୀତଳ ଭଣ୍ଡାରର ପ୍ରଶସ୍ତି କରଣ ସହ ଉନ୍ନତ ମାନର ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଅଂଚଳରୁ ଉତ୍ପାଦିତ ବିଭିନ୍ନ ସବୁଜ ପନିପରିବା ଯଥା ଟମାଟ, ବାଇଗଣ,ଲଙ୍କା ମରିଚ, ପତ୍ର କୋବି, ଫୁଲ କୋବି, ଇତ୍ୟାଦି ସଂରକ୍ଷଣ ସମେତ ଓରମାସ୍ ସଂସ୍ଥା ସହିତ ଯୋଗାଯୋଗ କରି ଏସବୁର ବିକ୍ରିବଟା ଉପରେ ଧ୍ୟାନ ଦିଆଯିବ ବୋଲି ସ୍ଥିର କରାଗଲା । ଗଞ୍ଜାମ ଜିଲା ପ୍ରଶାସନର ଏହି ପଦକ୍ଷେପକୁ ଏ ଅଞ୍ଚଳର ସମସ୍ତ ଚାଷୀ ମାନଙ୍କ ତରଫରୁ ସ୍ୱାଗତ କରାଯାଇଛି ।