ସାନଖେମୁଣ୍ଡିର ନୂତନ କୋର୍ଟ ପରିସରରେ ଚାରା ରୋପଣ କଲେ ନ୍ୟାୟାଧିକାରୀ ..

ସାନଖେମୁଣ୍ଡି,:୦୨/୦୭/୨୦୨୬(ବିଜୟ କୁମାର ପ୍ରଧାନ )ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଗ୍ରାମ୍ୟନ୍ୟା୍ୟାଳୟର ନୂତନ କୋର୍ଟ ପରିସରରେ ବନ ମହୋତ୍ସବ ପାଳନ ଅବସରରେ ଗୁରୁବାର ଦିନ ସାନଖେମୁଣ୍ଡି କୋର୍ଟର ବିଚାରପତି ଶରୋନ ବସ୍ତିଆ ସର୍ବପ୍ରଥମେ ଦ୍ୱୀପ ପ୍ରଜ୍ବଳନ କରି ଚାରା ରୋପଣ କରିଛନ୍ତି। ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟଳୟର ନ୍ୟାୟଧିକାରୀ ଚାରା ରୋପଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିବା ପରେ ବିଭିନ୍ନ କିସମର ଚାରା ରୋପଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସରକାରୀ ଓକିଲ ସୁରେଶ ଚନ୍ଦ୍ର ସାହୁ, ବିଜୟ କୁମାର ପ୍ରଧାନ, ସାନଖେମୁଣ୍ଡି ଓକିଲ ସଂଘର ସମ୍ପାଦକ କିଶୋର ଚନ୍ଦ୍ର ଗୌଡ଼,ଆଇନଜୀବୀ ପ୍ରଶାନ୍ତ କୁମାର ଡାକୁଆ ଙ୍କ ସମେତ ପାଟପୁର ଫରେଷ୍ଟର ସନ୍ତୋଷ କୁମାର ସାହୁ ,ବନରଖି ଜି. ଦିଲ୍ଲୀପ, ଯମୁନା ଜାନି, ସ୍କାର୍ଡ ପି.ଉଦୟ ଚନ୍ଦ୍ର ଦୋରା, ଅସୁଲୁ ସ୍ୱାଇଁ, ବିଚାର ବିଭାଗୀୟ କର୍ମଚାରୀ ପେସ୍କର ମୁକ୍ତିକାନ୍ତ ବେହେରା, ପ୍ରଜ୍ଞାଲିମା ବାରିସଲ, ସୁଶ୍ରୀ କୃତାଞ୍ଜଳି ମଳିକ, ସନ୍ତୋଷ କୁମାର ରାଉତ, ବାସୁଦେବ ମାହାଙ୍କୁଡ,ପ୍ରଫୁଲ ବେହେରା, ସମୀର ନାୟକ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
