July 1, 2026

ଉମରକୋଟ କଂଗ୍ରେସର ନିଷ୍ପତି ବଦଳିଲା, ଗଣଶିକ୍ଷା ମନ୍ତ୍ରୀଙ୍କ ବାସ ଭବନକୁ ଘେରାଉ ପରିବର୍ତ୍ତେ ମେଡ଼ିକାଲ ଛକ ଠାରେ କୁଶ ପୁତ୍ତଳିକା ଦାହ କଂଗ୍ରେସ ର କାର୍ଯ୍ୟ କୁ ଭଣ୍ଡୁର କରିବା ପାଇଁ ଶତାଧିକ ବିଜେପି କର୍ମୀ ମନ୍ତ୍ରୀଙ୍କ ବାସ ଭବନରେ ଏକତ୍ରିତ……….

IMG-20260701-WA0038
Share

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ଗତ କାଲି ସନ୍ଧ୍ୟାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ୧ ରୁ ୮ ମ ବହିରେ ଥିବା ବ୍ୟାପକ ତ୍ରୁଟି ଥିବା ଦର୍ଶାଇ ନବରଙ୍ଗପୁର ଠାରେ ଥିବା ଦଳୀୟ କାର୍ଯ୍ୟଳୟ ଠାରେ ସାମ୍ବାଦିକ ସମ୍ମିଳନୀ କରି ଉମରକୋଟ ସହରର ଭାଲୁଗୁଡ଼ା ସାହି ଠାରେ ଥିବା ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ବ୍ୟକ୍ତିଗତ ବାସ ଭବନକୁ ସନ୍ଧ୍ୟା ୪ ଟାରେ ଘେରାଉ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଲିପିକା ମାଝୀ ଘୋଷଣା କରିବା ପରେ ଆଜି ଉମରକୋଟ ଠାରେ ସକାଳରୁ ରାଜନୀତିକ ଉଷ୍ମତା ବୃଦ୍ଧି ପାଇଥିଲା। ମନ୍ତ୍ରୀ ବର୍ତ୍ତମାନ ଭୁବନେଶ୍ୱର ରେ ଥିବା ବେଳେ ଆଜି ଅପରାହ୍ନ ୩ଟା ରୁ ଉମରକୋଟ ସହର, ବ୍ଲକ୍ ଓ ରାଇଘର ବ୍ଲକ ଓ ମହିଳା ମୋର୍ଚ୍ଚା ର ପ୍ରାୟ ୩ ଶହରୁ ଉର୍ଦ୍ଧ୍ବ ବିଜେପି କର୍ମୀ ମାନେ ମନ୍ତ୍ରୀଙ୍କ ଭାଲୁଗୁଡ଼। ବ୍ୟକ୍ତିଗତ ବାସ ଭବନକୁ ସମ୍ମୁଖରେ ଏକତ୍ରିତ ହେଇଥିଲେ। ଲିପିକା ମାଝୀ ହାଏ ହାଏ କଂଗ୍ରେସ ଦଳ ହାଏ ହାଏ ବୋଲି ନାରା ଦେଇ ଶତାଧିକ ବିଜେପି ମହିଳା ନେତ୍ରୀ ମାନେ ଝାଡୁ ଧରି ଅପେକ୍ଷା କରିଥିଲେ। ଏହି ପୁସ୍ତକ ତ୍ରୁଟିରେ ମନ୍ତ୍ରୀ ଙ୍କ କୌଣସି ହାତ ନ ଥିବା କହି ବିରୋଧୀ ମନ୍ତ୍ରୀଙ୍କୁ ଅଯଥାରେ ବଦନାମ କରୁଛନ୍ତି ବୋଲି ବିଜେପିର କର୍ମୀ ମାନେ ଅଭିଯୋଗ କରିବା ସହ ମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସ ଭବନକୁ ଘେରାଉ କରିବା ହାସ୍ୟାସ୍ପଦ ଓ ହତାଶର ପରିଚୟ ବୋଲି କହିଛନ୍ତି ବିଜେପି କର୍ମୀ ମାନେ। ଏହି ସମୟରେ ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ବରିଷ୍ଟ ବିଜେପି ନେତା ରାମ ନାୟକ, ସାଂସଦ ଙ୍କ ପ୍ରତିନିଧି ଭୋଜନାଥ ଗଣ୍ଡ, ବେହେଡ। ମଣ୍ଡଳ ସଭାପତି ବୈକୁଣ୍ଠ ଭତ୍ରା, ବୁର୍ଜ। ମଣ୍ଡଳ ସଭାପତି ବନ ସିଂ ମାଝୀ, ଚନ୍ଦ୍ର ଭାନୁ ମାଝୀ, ନଗର ସଭାପତି ସନ୍ତୋଷ ଶର୍ମା, ମିଲୁ ପଣ୍ଡା, ଅଶୋକ ସାହୁ, ଦିଲୀପ ବିଶ୍ୱାସ ,ଗୋପିନାଥ ସାହୁ , ସନତ ଠାକୁର,ସୀମା ସ୍ୱାଇଁ, ମାନସିକ ଦାସ, ବାବୁଲ। ପାଣିଗ୍ରାହୀ,ଏସଡିସି ଅଧକ୍ଷ। ବାସନ୍ତୀ ମାଝୀ ,ସନ୍ତୋଷ ସରକାର, ବାଦଲ ପଟ୍ଟନାୟକ, ଆଶିଷ ରାଓ, ମନ୍ଦିର। ନାୟକ, ରମେଶ ଦାସ ,ରାମ ଗଣ୍ଡ, ନିତୁ ଗଣ୍ଡ ଓ ମିନତି ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ତେବେ କଂଗ୍ରେସ ଦଳ ମନ୍ତ୍ରୀଙ୍କ ବାସ ଭବନକୁ ଘେରାଉ କରିବା କାର୍ଯ୍ୟକ୍ରମକୁ ହଠ।ତ ବାତିଲ କରି ଉମରକୋଟ କଣ୍ଡାଗାଁ ରୋଡ ଠାରେ ଥିବା ଦଳୀୟ କାର୍ଯ୍ୟଳୟ ଠାରେ ଏକ ଦଳୀୟ କର୍ମୀ ଙ୍କୁ ନେଇ ମିଟିଂ କରିବା ପରେ ଏକ ବିଶାଳ ର।ଲି ବାହାର କରି ମେଡିକାଲ ଛକ ଠାରେ ପହଞ୍ଚି ମନ୍ତ୍ରୀଙ୍କ ବିରୋଧ ରେ ବିଭିନ୍ନ ସ୍ଲୋଗାନ ପ୍ରଦାନ କରିବା ସହ ଇସ୍ତଫା ଦାବି କରିବା ସହ ସେଠାରେ ଏକ ପଥ ପ୍ରାନ୍ତ ସଭାର ଆୟୋଜନ କରି ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡକ୍ଟର ଲିପିକା ମାଝୀ, ବରିଷ୍ଟ କଂଗ୍ରେସ ନେତା ମୁନା ତ୍ରିପାଠୀ,ହାରା ବତୀ ଗଣ୍ଡ, ସୋନର।ଜ ଗଣ୍ଡ, ଖେମରାଜ ବାଘ, ଶଙ୍କର ଦେ, ଅମୂଲ୍ୟ ପଟ୍ଟନାୟକ, କପୁର ନାୟକ ପର୍ଶୁରାମ ନାୟକ, କୃଷ୍ଣ ମାଝୀ, ଗୌତମ ପଟ୍ଟନାୟକ, ବାବୁଲ। ପଟ୍ଟନାୟକ, ବୃନ୍ଦାବନ ତ୍ରିପାଠୀ , ଅଖିଳ ଭତ୍ରା , ଅନାମ ଦିଅ।ନ , ଉଷମ।ନ ଲାଠିଆ ପ୍ରମୁଖ ଉପସ୍ଥିତ ଥିଲେ।

You may have missed