August 30, 2026

ଉମରକୋଟରେ ଜିଲ୍ଲାସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ–ଶିକ୍ଷୟିତ୍ରୀ ସମ୍ମିଳନୀ………

IMG-20260701-WA0006
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟଠାରେ ଜିଲ୍ଲାର ସମସ୍ତ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀମାନଙ୍କର ଜିଲ୍ଲାସ୍ତରୀୟ ସମ୍ମିଳନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ଭଗବାନ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବୈଠକର ଶୁଭାରମ୍ଭ କରିଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ମହାଳିକ, ଶ୍ରୀମତୀ ସାଲୁ ପ୍ରିୟା ନାୟକ ଓ ଶ୍ରୀ ଶ୍ରୀକାନ୍ତ ଯାନୀ, ଉମରକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଈଶ୍ୱର ଚନ୍ଦ୍ର ମାଝୀ, ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଦୀପ୍ତ ଦାସ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ରଶ୍ମିତା ନେତମ, ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ, ସମସ୍ତ ବ୍ଲକର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ଆୟୋଜକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରଞ୍ଜିତା କଁଅରଙ୍କ ସମେତ ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷକ–ଶିକ୍ଷୟିତ୍ରୀ ଓ ସାଧନ କର୍ମୀମାନେ ଉପସ୍ଥିତ ଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସାହୁ ନୂତନ ଭାବେ ଯୋଗଦେଇଥିବା ସିନିୟର ଏସ୍‌.ଇ.ଏସ୍‌. ପ୍ରଧାନ ଶିକ୍ଷକ–ଶିକ୍ଷୟିତ୍ରୀମାନଙ୍କୁ ସ୍ୱାଗତ ଜଣାଇବା ସହ ସମସ୍ତଙ୍କୁ ସହଯୋଗ ଓ ଉନ୍ନତ ଶିକ୍ଷା ବ୍ୟବସ୍ଥା ପାଇଁ ଏକାଠି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ମହାଳିକ ବିଦ୍ୟାଳୟ ପରିଚାଳନା, ଆବଶ୍ୟକ ଦସ୍ତାବିଜ ସଂରକ୍ଷଣ ଓ ପ୍ରଶାସନିକ କାର୍ଯ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଶ୍ରୀମତୀ ସାଲୁ ପ୍ରିୟା ନାୟକ ପରୀକ୍ଷାଫଳର ଉନ୍ନତି ଓ ଶତପ୍ରତିଶତ ସଫଳତା ହାସଲ ପାଇଁ ଗ୍ରହଣୀୟ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ତେନ୍ତୁଳୀଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଦୀପ୍ତ ଦାସ NIOS ଓ SIOS ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ସୈନିକ ସେବା ସମେତ ବିଭିନ୍ନ ବୃତ୍ତିଗତ କ୍ଷେତ୍ରରେ କ୍ୟାରିଅର ଗଢ଼ିବା ପାଇଁ ଉପଯୁକ୍ତ ମାର୍ଗଦର୍ଶନ ଦେବା ଉପରେ ଗୁରୁତ୍ୱ ଦେଇଥିଲେ। ଶ୍ରୀ ଶ୍ରୀକାନ୍ତ ଯାନୀ ବିଦ୍ୟାଳୟ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିବା ବେଳେ ଶ୍ରୀମତୀ ରଶ୍ମିତା ନେତମ ପ୍ରତ୍ୟେକ ବିଦ୍ୟାଳୟରେ ଆନ୍ତରିକ ସୁରକ୍ଷା କମିଟି ଗଠନ ଓ ତାହାର ସକ୍ରିୟ କାର୍ଯ୍ୟକାରିତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ।

ଶେଷରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଛତ୍ରପତି ସାହୁ ବୈଠକର ସମାପ୍ତି ଘୋଷଣା କରିଥିଲେ।

You may have missed