June 24, 2026

ମୋତେ ବଦନାମ କରିବାକୁ ଚାଲିଛି ଷଡଯନ୍ତ୍ର କହିଲେ କହିଲେ ଶ୍ରମିକ ନେତା ବାପି ସରଖେଲ।।

IMG-20260624-WA0024
Share

ବନ୍ଦରନଗରୀ ପାରାଦୀପ ରେ ତେଜିବାରେ ଲାଗିଛି ଶ୍ରମିକ ରାଜନୀତି l ଶ୍ରମିକ ନେତାଙ୍କ କାଦୁଅ ଫୋପଡ଼ା ଫିଙ୍ଗା ରେ ବଳି ପଡୁଛନ୍ତି ଶ୍ରମିକ l ଯାହାର ପ୍ରତ୍ୟେକ୍ଷ ଉଦାହରଣ ପାଲଟିଛି ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ଙ୍କ ତତ୍ୱାବଧାନ ରେ ଚାଲୁଥିବା ଏକ ନିର୍ଦ୍ଧିଷ୍ଟ ଶ୍ରମିକ ସଂଗଠନ ର ଶ୍ରମିକ ମିଶ୍ରଣ ପର୍ବକୁ ନେଇ l ଏହି ଶ୍ରମିକ ସଂଗଠନ ରେ ପାରାଦୀପ ବନ୍ଦର ରେ କାର୍ଯ୍ୟ କରୁଥିବା ଏକ ପ୍ରାଇଭେଟ ସଂସ୍ଥା ରେ କାର୍ଯ୍ୟ କରୁଥିବା ବାମନ ଇଞ୍ଜିନିଅରିଙ୍ଗ ର ଶ୍ରମିକ ମାନେ ବାପି ସରଖେଲ ଙ୍କ ଶ୍ରମିକ ସଂଗଠନ ଛାଡି ଆମ ସଂଗଠନ ରେ ମିଶୁଥିବା ନେଇ ପ୍ରେସମିଟ ରେ ଆଣିଥିବା ଅଭିଯୋଗ କୁ ନେଇ ପ୍ରେସମିଟ ରେ ବର୍ଷୀଛନ୍ତି ଶ୍ରମିକ ନେତା ବାପି ସରଖେଲ l ଦୀର୍ଘ ପନ୍ଦରବର୍ଷ ହେବ ପାରାଦୀପ ର ଶ୍ରମିକ ଜାଣିଛି ବାପି ସରଖେଲ କଣ l ମୁଁ କାହାଠୁ ଗୋଟିଏ ଟଙ୍କା ଚାନ୍ଦା ନିଏନି ଯିଏ କହୁଛନ୍ତି ସେ କଣ କରୁଛନ୍ତି ନିଜକୁ ନିଜେ ପ୍ରଶ୍ନ କରନ୍ତୁ l ଯେତେବେଳେ ବାମନ ଇଞ୍ଜିନିଅରିଙ୍ଗ ର କାର୍ଯ୍ୟ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା ସେ ସମୟରେ ଶ୍ରମିକ ମାନଙ୍କ ପାଖରେ ଆମର ଶ୍ରମିକ ସଂଗଠନ ଠିଆ ହୋଇଥିଲା, ଏହି ବାମନ ଇଞ୍ଜିନିଅରିଙ୍ଗ ର ଶ୍ରମିକ ମାନଙ୍କ ପାଇଁ କମ୍ପାନୀ ସହିତ ହୋଇଥିବା ଚୁକ୍ତିନାମା ଆମେ ସ୍ଵାକ୍ଷରିତ କରିଥିଲୁ l ଯାହାଦ୍ୱାରା କେବଳ ଆମର ଶ୍ରମିକ ସଂଗଠନ ରେ ରହିଥିବା ଶ୍ରମିକ ମାନଙ୍କ ସହିତ ସମସ୍ତ ଶ୍ରମିକ ମାନେ ଏଥିରେ ଲାଭବାନ ହୋଇଛନ୍ତି l ଏଠି ଶିଳ୍ପମନ୍ତ୍ରୀ ତଥା ମାଟିର ପୁଅ ମାଟିଚୋର ଙ୍କ ସହିତ ତାଙ୍କର କିଛି ତଥାକଥିତ ଶ୍ରମିକ ନେତା କେବଳ ମୋତେ ବଦନାମ କରିବାକୁ ରୀତିମତ ଷଡଯନ୍ତ୍ର କରି ନିଜ ଶ୍ରମିକ ସଂଗଠନ ରେ ରହିଥିବା କିଛି ଶ୍ରମିକ ମାନଙ୍କୁ ବିଭିନ୍ନ ପ୍ରକାର ମିଥ୍ୟା ପ୍ରଲୋଭନ ଦେଖାଇ ମୋ ବିରୁଦ୍ଧରେ ମିଛ କହିବାକୁ ବାଧ୍ୟ କରୁଛନ୍ତି l ମୋତେ ବଦନାମ କରିବାକୁ ଶିଳ୍ପମନ୍ତ୍ରୀ ଯେତିକି ସମୟ ଲଗାଉଛନ୍ତି ଯଦି ସେତିକି ସମୟ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରନ୍ତି ତେବେ ଶ୍ରମିକ ଟି ଖୁସି ରେ ରୁହନ୍ତା l ଦୁଇବର୍ଷ ଶିଳ୍ପମନ୍ତ୍ରୀ ରହିବା ପରେ ମାଟି ଚୋରି,ବାଲିଚୋରି,ତେଲଚୋରି ରେ ନିଜର ସହଯୋଗୀ ମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି l ପାରାଦୀପ ଶିଳ୍ପାୟନ ରେ କେବଳ ଝାଡୁଦାର, ହେଲପର, ମାଳି, ଏହିଭଳି ପୋଷ୍ଟ ଛଡା କଣ ଜିଲ୍ଲା ର ଯୁବକ ଯୁବତୀ ମାନେ ଇଞ୍ଜିନିଅର ହେଉ କିମ୍ବା ଉଚ୍ଚ ପଦବୀ ନିମନ୍ତେ କଣ ଯୋଗ୍ୟତା ରଖିନାହାନ୍ତି l ଅଯଥାରେ ସମୟ ନ ଦେଇ ଶିଳ୍ପମନ୍ତ୍ରୀ ଯଦି ଆମ ଜିଲ୍ଲା ତଥା ସ୍ଥାନୀୟ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ପାଇଁ ଚେଷ୍ଟା କରନ୍ତେ ତେବେ ସ୍ଥାନୀୟ ଅଞ୍ଚଳ ଏବଂ ଜିଲ୍ଲା ରେ ମନ୍ତ୍ରୀ ଙ୍କୁ ପ୍ରଶଂସା କରିବା ସହିତ ମନ୍ତ୍ରୀ ଙ୍କ ଉଜ୍ଜଳ ଭବିଷ୍ୟତ ସୃଷ୍ଟି ହୋଇପାରନ୍ତା l କିନ୍ତୁ ଏସବୁ ନ କରି ବିଭିନ୍ନ ଚୋରିରେ ସାମିଲ ଥିବା ଅନୁଗତ ମାନଙ୍କୁ ସହାନୁଭୂତି ଦେଖାଇବା କ୍ଷେତ୍ରରେ ବ୍ୟସ୍ତ ରହିବା ଏବଂ କିଛି ନିରୀହ ଶ୍ରମିକ ଓ ଯୁବକ ମାନଙ୍କୁ ମତାଇ ମୋ ବିରୁଦ୍ଧରେ କହିବାକୁ ଏବଂ ଲେଖିବାକୁ ବାଧ୍ୟ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ଶ୍ରମିକନେତା ବାପି ସରଖେଲ l ମୁଁ ଓ ମୋର ଶ୍ରମିକ ସଂଗଠନ ସର୍ବଦା ଶ୍ରମିକ ଙ୍କ ସ୍ୱାର୍ଥ ପାଇଁ କାର୍ଯ୍ୟ କରିଆସିଛୁ ଏବଂ କରୁଥିବୁ ବୋଲି କହିବା ସହିତ ଯେତେ ଅପଚେଷ୍ଟା କଲେ ମଧ୍ୟ ମୋର ଶ୍ରମିକ ସଂଗଠନ ଉପରେ କିଛି ଫରକ ପଡିବନାହିଁ ବୋଲି କହିଛନ୍ତି ପାରାଦୀପ ଏରସମା ଇଣ୍ଡଷ୍ଟ୍ରିଆଲ ୱାର୍କର୍ସ ୟୁନିୟନ ର ସଭାପତି ବାପି ସରଖେଲ l

( ପାରାଦ୍ୱୀପ ରୁ ଦେବାଶିଷ ପାଣି ଙ୍କ ରିପୋର୍ଟ ଉପାନ୍ତ ଖବର )