June 24, 2026

ଧାନ କିଣାରେ କୋଟି କୋଟି ଟଙ୍କାର ଘୋଟଲା ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ତଦନ୍ତ ଦାବୀ

IMG-20260624-WA0023
Share

 

ବ୍ରହ୍ମପୁର,24/6 : ଗଂଜାମ ଜିଲ୍ଲାରେ ଧାନ କିଣାରେ ପ୍ରତିବର୍ଷ 100 କୋଟି ଟଙ୍କାର ଘୋଟଲା ହେଉଛି । ଏଥୁରେ ଯୋଗାଣା ବିଭାଗ ଅଧିକାରୀ, ସମବାୟ ବିଭାଗ ଅଧିକାରୀ, ମିଶନ ଶକ୍ତି ଅଧୁକାରୀ, ଆରଏମ୍‌‍?ସି ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଫିସର ମାନେ ଏହି ଦୁର୍ନୀତିରେ ସାମିଲ ହେଉଥିବାରୁ ସମସ୍ତେ ଯିଏ ଯାହାର ପାଉଣା ପାଇଁ ନୀରବ ରହୁଛନ୍ତି । 2025-2026 ମସିହାରେ ଗଂଜାମ ଜିଲ୍ଲାରେ 1, 56, 713 ଜଣ ଚାଷୀ ପଞ୍ଜିକରଣ ଧାନ ବିକିବା ପାଇଁ କରିଥିଲେ । ଡିସେମ୍ବର 16 ତାରିଖ ଠାରୁ ଧାନ କିଣା ଆରମ୍ଭ ହୋଇ ଏପ୍ରିଲ 7 ତାରିଖ ପର୍ଯ୍ୟନ୍ତ ଧାନ କିଣା ହୋଇଥିଲା । ସେଥି ମଧ୍ୟରୁ 1,51,000 ଜଣ ଚାଷୀଙ୍କର 55 ଲକ୍ଷ 82 ହଜାର 697 ଧାନ କିଣା ଯାଇଥିଲା । ଜିଲ୍ଲାକୁ 56 ଲକ୍ଷ 29 ହଜାର 525 କ୍ଲିଣ୍ଟାଲ ଧାନ କିଣିବା ପାଇଁ ଟାର୍ଗେଟ ଆସିଥିଲା । ଟାର୍ଗେଟ ଆସିଥିବା 47 ହଜାର କ୍ଲିଣ୍ଟାଲ ଫେରିଗଲା । ମାତ୍ର ଟୋକେନ୍‌‍? ଆସିଥିବା 5613 ଜଣ ଚାଷୀଙ୍କ ସମବାୟ ଅଧୀକାରୀଙ୍କ ଖାମଖିଆଲୀ ଓ ବେଖ୍ୟାତିର ମନୋଭାବ ଯୋଗୁଁ ଧାନ କିଣାଗଲା ନାହିଁ । ଫଳରେ ଗରିବ ଓ ଭାଗଚାଷୀ ମାନେ ବେପାରୀ ମାନଙ୍କୁ ବିକି ଲକ୍ଷ ଲକ୍ଷ ଟଙ୍କା କ୍ଷତି ସହିଲେ । ଗତ 2024 25 ମସିହାରେ 1,39,884 ଜଣ ଚାଷୀଙ୍କ ଠାରୁ 58 ଲକ୍ଷ 80 ହଜାର 854 କିଣ୍ଡାଲ ଧାନ କିଣା ଯାଇଥିଲା । ଚଳିତ ବର୍ଷ 1,51,000 ଜଣ ଚାଷୀଙ୍କ ଠାରୁ 55 ଲକ୍ଷ 82 ହଜାର କ୍ଵିଣ୍ଟାଲ ଧାନ କିଣାଗଲା ସମବାୟ ଅଧିକାରୀ ମାନେ ଅଧିକ ଜମି ଥିଲେ ସୁଦ୍ଧା ଜାଣିଶୁଣି କମ୍‌‍ ପରିମାଣ ଧାନ ଟାର୍ଗେଟ ଆସିବା ବ୍ୟବସ୍ଥା କଲେ । ଏପରି ଭାବେ କମ୍‌‍? ପରିମାଣ ଟାର୍ଗେଟ ଆସିବାରୁ ବଳକା ଧାନ ବିକି ନପାରି ଚାଷୀମାନେ ବେପାରୀଙ୍କୁ ବିକି କ୍ଷତି ସହିଲେ । ଚାଷୀମାନେ ଲିଖିତ ଅଭିଯୋଗ କଲେ ସୁଦ୍ଧା କେହି ଶୁଣିଲେ ନାହିଁ । ଏହା ତଦନ୍ତ ସାପେକ୍ଷ୍ୟ ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଗଂଜାମ ପ୍ରକୃତ ଚାଷୀଙ୍କ ଧାନ ନ କିଣି ଜଗତସିଂହପୁର, ପୁରୀ, ଆଦି ଜିଲ୍ଲାରୁ ପ୍ରାୟ 3 ଲକ୍ଷ 40 ହଜାର କ୍ଲିଣ୍ଡାଲ ଧାନ କିଣାଯାଇଛି । ପ୍ରକୃତରେ ସେଠାରୁ ଧାନ ନ ଆଣି ସେଠାରେ ବିକି ଦେଇ କେବଳ କାଗଜପତ୍ରରେ ମିଛରେ ଧାନ କିଣା ହେଲା ବୋଲି ଦର୍ଶାଯାଇ ଗାଡି ଭଡା ଓ ମଣ୍ଡି ପରିଚାଳନା ଖର୍ଚ୍ଚ ବାବଦରେ କୋଟି କୋଟି ଟଙ୍କାର ଦୁର୍ନୀତି କରାଯାଇଛି । ଅଳ୍ପଦିନ ତଳେ ଆସିକାର ଭେଟନାଇ କନକ ପରମେଶ୍ଵରୀ ରାଇସ ମିଲକୁ 6 ଜଣ ଯୋଗାଣ କର୍ମଚାରୀ ଚଢାଉ କରି ଚାଉଳ ଓ ଧାନର ଗର୍ଚ୍ଚିତ ଷ୍ଠକ ଯାଞ୍ଚ କରିଥିଲେ । ମାତ୍ର ମିଲର ଟଙ୍କା ଦେଇ ଅଧିକାରୀଙ୍କ ମୁହ ବନ୍ଦ କରିଦେଲା ଯୋଗାଣା କର୍ମଚାରୀଙ୍କ ଦୁର୍ନୀତି ମନୋଭାବ ଯୋଗୁଁ କୋଟି କୋଟି ଟଙ୍କାର କେଳେଙ୍କାରୀ ହେଉଛି । ତଦନ୍ତ ଏମିତି ହୋଇଛି ଯେ ବିଲେଇ ହାତରେ ମାଛ ସଫା କଲେ ସେ ଖାଇବା ନା ସଫା କରିବ । ଜିଲ୍ଲା ପ୍ରଶାସନ ଜାଣିଶୁଣି ନୀରବ ରହୁଛି କାହିଁକି ବୋଲି ସାଧାରଣ ପ୍ରଶ୍ନ ଉଠୁଛି । ବର୍ତ୍ତମାନକୁ ଖାଉଟି କାର୍ଡରେ ମିଳୁଥିବା ପ୍ରାୟ 30 ଭାଗ ଚାଉଳ ଲୋକମାନେ ତାକୁ ନ ଖାଇ ଖୋଲା ବଜାରରେ 18 ଟଙ୍କାରେ ବିକୁଛନ୍ତି । ସେହି ଚାଉଳକୁ ଅସୁଧ ମାଲର ମାନେ କିଣି ପୁଣି ପଞ୍ଚାୟତକୁ ପଠାଇଦେଉଛନ୍ତି । ଏଣୁ ବହୁ ମିଲର ମାନେ ଚାଉଳ ଦେବାରେ ଡେରି ହେଉଥିବାରୁ ସେମାନେ ଧାନ ଆନ୍ଧ୍ରକୁ ମଧ୍ୟ ବିକି ଦେଉଛନ୍ତି । କେତେକ ମିଲରମାନଙ୍କ ଗଚ୍ଛିତ କ୍ଷମତା କମ୍‌‍ ଥିଲେ ସୁଦ୍ଧା ତାକୁ ଧାନ ଅଧିକ କିଣିବାକୁ ଦାୟିତ୍ଵ ଦେଇଥିବାରୁ ସେମାନେ ବାହାରେ ବିକି ବଜାରରୁ ଚାଉଳ କିଣି ସରକାରଙ୍କୁ ଦେଉଛନ୍ତି । ପୁଣି ଚଳିତବର୍ଷ ଧାନର ମାନ ଅତି ଭଲ ଥିଲେ ସୁଦ୍ଧା କଣ୍ଟାଲ ପିଛା ଅଧିକାଂଶ ବ୍ଲକରେ 5 ରୁ 6 କେଜି ପର୍ଯ୍ୟନ୍ତ ଅଧୀକ ଧାନ ଠକି ନେବାରୁ ଚାଷୀମାନେ ପ୍ରାୟ 90 କୋଟି ଟଙ୍କା କ୍ଷତି ସହିଲେ । ଚଳିତ ବର୍ଷ ପ୍ରାୟ 1 ଲକ୍ଷରୁ ଅଧିକ ଚାଷୀମାନେ ନିଜେ ହାତରୁ ଅଖା, ଗାଡିଭଡା, ଲେବର ଖର୍ଚ୍ଚ କରି ମିଲରେ ଧାନ ନେଇ ଦେଇଛନ୍ତି । ସେମାନେ ଏହି ସବୁ ଖର୍ଚ୍ଚ ପାଇବାକୁ ନିୟମ ଥିଲେ ସୁଦ୍ଧା ମଣ୍ଡି ପରିଚାଳନା ଖର୍ଚ୍ଚ ମିଲର ମାନେ ନେଇ ଚାଷୀଙ୍କୁ ଠକୁଛନ୍ତି । ଏପରି ଭାବେ ପ୍ରତିବର୍ଷ ଧାନ କିଣାରେ 100 କୋଟି ଟଙ୍କାରୁ ଅଧୀକ ଦୁର୍ନୀତି କେଳେଙ୍କାରୀ ହେଉଥିବାରୁ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନ ଆବାହକ ରବି ରଥ ଏହି ମହାଦୁର୍ନୀତିର ରାଜ୍ୟ ସରକାର, ଭିଜିଲାନ୍ସ ଓ ଇଡି ଦ୍ଵାରା ତଦନ୍ତ କରିବା ପାଇଁ ଏକ ପ୍ରେସ ଇସ୍ତାହାରରେ ଦାବୀ କରିଛନ୍ତି ।

 

(ରବି ରଥ)

ଆବାହକ, ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନ