June 23, 2026

ଅନ୍ତର୍ଜାତୀୟ ଯୋଗ ଦିବସ ଗୁଣୁପୁର ଠାରେ ଅନୁଷ୍ଠିତ ..

IMG-20260622-WA0072
Share

 

ଗୁଣପୁର(ସୁରେନ୍ଦ୍ର ମହାନ୍ତି)ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା।ଯୋଗଗୁରୁ ଶ୍ରୀ ଅନନ୍ତ ନାରାୟଣ ପଣ୍ଡା ଯୋଗର ମହତ୍ତ୍ୱ ଓ ଉପକାରିତା ସମ୍ପର୍କରେ ଦିଗଦର୍ଶନ ଦେବା ସହ ଉପସ୍ଥିତ ଅଂଶ ଗ୍ରହଣକାରୀ ମାନଙ୍କୁ ବିଭିନ୍ନ ଯୋଗାସନର ପ୍ରଶିକ୍ଷଣ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ ଜଣ ପୁରୁଷ ଓ ମହିଳା ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ସ୍ୱସ୍ତିକ ଜମାଦାର,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁଣପୁର ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ।ସମ୍ମାନିତ ଅତିଥି ଭାବେ ଶ୍ରୀ କେଦାର ନାୟକ

ଉପ କୋଷାଗାର ଅଧିକାରୀ ଗୁଣପୁର ଯୋଗ ଦେଇଥିଲେ।

ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ଗଙ୍ଗାଧର ବେହେରା ସମଗ୍ର କାର୍ଯ୍ୟକ୍ରମର ସୁପରିଚାଳନା ଓ ତଦାରଖ କରିଥିଲେ।ବ୍ଲକର ସମସ୍ତ କର୍ମଚାରୀ ଏବଂ ଶିକ୍ଷକ ଶ୍ରୀ ସଞ୍ଜୀବ ପଟ୍ଟନାୟକ,ଶ୍ରୀ ସୁନୀଲ କୁମାର ଗୌଡ଼,ଶ୍ରୀ ମଝିଆ ଖୁଣ୍ଟିଆ ଏବଂ ଶ୍ରୀ ରାମ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ।

ଶିବିର ଶେଷରେ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ସମ୍ବର୍ଦ୍ଧନା ପତ୍ର ପ୍ରଦାନ କରାଯାଇଥିଲା।ଶିକ୍ଷକ

ଶ୍ରୀ ଦିଲୀପ ଚୌଧୁରୀ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।