June 18, 2026

ପଞ୍ଚାୟତ ସମିତି , ଅନୁଗୋଳ କାର୍ଯ୍ୟାଳୟ ପରିସରରେ ଚଳିତ ରାଜ୍ୟ ସରକାରଙ୍କର ଦୁଇ ବର୍ଷ ପୂରଣ..

IMG-20260617-WA0026
Share

ଅନୁଗୋଳ – ଆଜି ତା . ୧୭ . ୦୬ . ୨୦୨୬ ରିଖ ଦିନ ପଞ୍ଚାୟତ ସମିତି , ଅନୁଗୋଳ କାର୍ଯ୍ୟାଳୟ ପରିସରରେ ଚଳିତ ରାଜ୍ୟ ସରକାରଙ୍କର ଦୁଇ ବର୍ଷ ପୂରଣ ଅବସରରେ ଅନୁସୂଚିତ ଜନଜାତି , ଅନୁସୂଚିତ ଜାତି , ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗର “ଜାତି ଜନଜାତି ସମ୍ବାଦ “ କାର୍ଯ୍ୟକ୍ରମ ପଞ୍ଚାୟତ ସମିତି , ଅନୁଗୋଳର ଉପାଧ୍ୟକ୍ଷ ଶ୍ରୀ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ.ବିଶ୍ବ ଭୂଷଣ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ ଓ ଅତିଥି ମାନଙ୍କର ପରିଚୟ ରଖିଥିଲେ । ବିଭାଗର ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ଜିଲ୍ଲା ମଙ୍ଗଳ ଅଧିକାରୀ ତଥ୍ୟ ପ୍ରଦାନ କରିଥିଲେ ଓ ଅନୁସୂଚିତ ଜନଜାତି , ଅନୁସୂଚିତ ଜାତି , ସଂଖ୍ୟାଲଘୁ ଓ ପଛୁଆବର୍ଗ ଯୋଜନା ଗୁଡିକର କିପରି ଲାଭ ଉଠାଇପାରିବେ ଜଣାଇଥିଲେ ।

ମାନ୍ୟବର ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ ବଣ – ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀ ମାନଙ୍କର ପ୍ରକୃତି ସମ୍ବନ୍ଧୀୟ ଅଭିଜ୍ଞତାର ପ୍ରଶଂସା କରିଥିଲେ ଓ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ସଂକଳ୍ପବଦ୍ଧ ବୋଲି କହିଥିଲେ । ମାନ୍ୟବର ଅନୁଗୋଳ ବିଧାୟକଙ୍କର ପ୍ରତିନିଧି ଶ୍ରୀ ପ୍ରଶାନ୍ତ କୁମାର ପୃଷ୍ଟି ଓ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବେହେରା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ମାନସ କୁମାର ଭଞ୍ଜ ଦେଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଓ ସର୍ବଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

You may have missed