ମହିଳା ସରପଞ୍ଚ ଚାମେଲି ଓଝା ଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରତିବାଦରେ କଳିଙ୍ଗ ମହିଳା ଶକ୍ତି ଦ୍ଵାରା ଦାବିପତ୍ର ପ୍ରଦାନ

ମହାକାଳପଡା,୧୬/୦୬/୨୦୨୬
( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )
କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ଉପରେ ହୋଇଥିବା ଅମାନୁଷିକ ଆକ୍ରମଣ ଘଟଣାକୁ ତୀବ୍ର ବିରୋଧ କରି ଆଜି କଳିଙ୍ଗ ମହିଳା ଶକ୍ତି, କେନ୍ଦ୍ରାପଡା ସାଖା ପକ୍ଷରୁ ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଶ୍ରୀମତୀ ସୁଶ୍ରୀ ମନୋରମା ଖଟୁଆଙ୍କ ନେତୃତ୍ୱ ରେ ବହୁ ସଂଖ୍ୟକ ମହିଳା ଏକତ୍ରିତ ହୋଇ ବିଭିନ୍ନ ନାରାବାଜି ଦେଇ ମହାକାଳପଡା ଥାନା ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ମହିଳାମାନେ ଥାନା ଅଧିକାରୀ ମାନସ ରଞ୍ଜନ ମଲ୍ଲିକଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ ।
ଦାବିପତ୍ରରେ ମୁଖ୍ୟ ଉଲ୍ଲେଖ ଥିଲା ସରପଞ୍ଚ ଚାମେଲି ଓଝାଙ୍କ ଉପରେ ଲାଗିଥିବା ମିଥ୍ୟା ଅଭିଯୋଗକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଆକ୍ରୋଶମୂଳକ ଭାବେ ଆକ୍ରମଣ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଉ । ରାତି ଅଧରେ ଚାମେଲି ଓଝାଙ୍କୁ ବିଡିଓ ଓ ବିଧାୟକ ଫୋନ କରିଥିବା ମୋବାଇଲକୁ ଜବତ କରି ତଦନ୍ତ କରାଯାଉ । ମହିଳା ସରପଞ୍ଚ ଚାମେଲି ଓଝାଙ୍କୁ ତୁରନ୍ତ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଉ ।
ମନୋରମା ଖଟୁଆ କହିଛନ୍ତି, ଜଣେ ନିର୍ବାଚିତ ମହିଳା ଜନ ପ୍ରତିନିଧିଙ୍କୁ ସରକାରୀ କାର୍ଯ୍ୟାଳୟ ଭିଅସଦାଚରଣ ଓ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ । ଏହା ଗଣତନ୍ତ୍ର ଉପରେ ଆକ୍ରମଣ । ଯଦି ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନିଏ, ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ । ମହାକାଳପଡା ଥାନାଧିକାରୀ ମାନସ ରଞ୍ଜନ ମଲ୍ଲିକ ଉକ୍ତ ଦାବିପତ୍ର ଗ୍ରହଣ କରି କହିଛନ୍ତି ” ଘଟଣା ର ନିରପେକ୍ଷ ତଦନ୍ତ ଚାଲିଛି “। ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି । ଆଇନ ଅନୁସାରେ ସମସ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବରୁ ବିଡ଼ିଓ ଙ୍କ ଚାମ୍ବର ରେ ସରପଞ୍ଚ ଚେମେଲୀ ଓଝା ଭିଡିଓ ରେକଡ଼ କରୁଥିବା ବେଳେ କେତେକ ଯୁବକ ତାଙ୍କୁ ଗାଳି ଗୁଳଜ କରିବା ସହ ମୋବାଇଲ ଛଡାଇ ନେଇଥିଲେ । ଏହି ଘଟଣା ରେ ମହାକାଳ ପୋଲିସ BNS ଧାରା ୧୨୬(୨), ୧୫(୨), ୨୯୬, ୩(୫), ୩୨୯(୩) ରେ ମକଦମା ରୁଜୁ କରି ତଦନ୍ତ ଜାରି ରହିଛି ।
