June 18, 2026

149 ନମ୍ବର ଜାତୀୟ ରାଜପଥ ଅବରୋଦ୍ଧ କଲେ ସୀପୁର ଗ୍ରାମ ବାସି,

IMG-20260617-WA0010
Share

 

 

 

ଅନଗୁଳ ଜିଲ୍ଲା କଣିହାଁ ବ୍ଲକ କର୍ଣ୍ଣପାଳ ପଂଚାୟତ ଶିପୁର ଗ୍ରାମ ମଧ୍ୟସ୍ଥଳୀରେ ନିର୍ମାଣ ହେବାକୁ ଥିବା ଜୈବ ଚିକିତ୍ସା ଓ ବର୍ଜ୍ୟବସ୍ତୁ ଚିକିତ୍ସା ସୁବିଧା ପ୍ଲାଣ୍ଟକୁ ବନ୍ଦ କରିବା ନିମନ୍ତେ ଆଜି 149 ନମ୍ବର ଜାତୀୟ ରାଜପଥ ସରଧାପୁର ଛକ ଓ ଶିପୁର ବର ଛକ ଠାରେ ଜାତୀୟ ରାଜପଥ କୁ 12 ଘଣ୍ଟା ପାଈଁ ସମ୍ପୂର୍ଣ ବନ୍ଦ କରାଯାଇଛି l ଲୋକଙ୍କ କହିବ କଥା କି ଜୈବ ପ୍ଲାଣ୍ଟ ତିଆରି ହେଲେ ଏଠାରେ ପ୍ରାୟ 20ରୁ ଅଧିକ ଗାଁ ଲୋକ ମାନେ ବହୁ ଅସାଧ୍ୟ୍ୟ ରୋଗ ରେ ପଡ଼ିବାର ଯଥେଷ୍ଟ ସମ୍ଭବନା ଅଛି l ଏ ଜାତୀୟ ରାଜପଥ ବନ୍ଦ ହେବା ଦ୍ୱାରା ହଜାର ହଜାର ଲୋକ ଯିବା ଆସିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବେ, ଘଟଣା ସ୍ଥଳ ରେ ସମଲ ପୋଲିସ ପହଞ୍ଚି ସେଠାକାର ସ୍ଥିତି କୁ ଆୟତ ଭିତରେ ରଖିଥିଲେ ଏବଂ କଣିହାଁ ତହସିଲଦାର ପ୍ରଣବ ପ୍ରକାଶ ପ୍ରଧାନ ଓ ଏସ.ଡି.ପି.ଓ ଭରତ ଚନ୍ଦ୍ର ସହୂ ଓ ଉପଜିଲ୍ଲାପାଳ ଶ୍ରୀ ଆଶିଷ ରଞ୍ଜନ ସାହୁ ମହୋଦୟ ଆସି ପ୍ରତିଶୃତି ଦେଲେ କି ଜୈବ ପ୍ଲାଣ୍ଟ ର ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରି ଆଗାମୀ ଦିନରେ ତାହା ବନ୍ଦ କରିବାପାଇଁ ଚେଷ୍ଟା କରାଯିବ l ପରେ କର୍ଣ୍ଣପାଳ ପଞ୍ଚାୟତ ର ସମସ୍ତ ସଦସ୍ୟ ଏ ଆନ୍ଦୋଳନକୁ ସ୍ଥଗିତ କରିଥିଲେ . ଏବଂ ଗାଡି ଚଳାଚୋଳ ପାଈଁ ଅନୁମତି ମିଳିଥିଲା

You may have missed