ପ୍ରଭୂ ଦଧୀବାମନଦେବଙ୍କ ଆମ୍ରକାନନରେ ରଜ ମହତ୍ସବ ଉଦ୍ଘାଟିତ

ବେଗୁନିଆ ବ୍ଳକ (ଉପାନ୍ତ ଖବର ମାନସ ରଞ୍ଜନ କର)ପତିତପାନ . ଯୁବକ ସଂଘ ଆନୁକୁଲ୍ୟରେ ରଜ ମହତ୍ସବ ୨୦୨୬ ଉଦ୍ଘାଟିତ ହୋଇଯାଇଛି ସକାଳ ୬ଘଟିକା ସମୟରେ ପ୍ରଭୂ ଶ୍ରୀଜଗନ୍ନାଥଙ୍କ ନୀକଟରେ ପୂଜା ରୀତୀ ନୀତୀ ଅନୁସାରେ କରାଯାଇ ମହାଲ ଧରି ଗ୍ରାମ ପରି ପରିକ୍ରମା କରାଯାଇଥିଲା ପରେ କୁନି କୁନି କୁମାରି ମାନଙ୍କୁ ନେଇ ଅନ୍ଧପୁଟୁଳି ଓ ଅନ୍ତାକ୍ଷରୀ ପ୍ରତି ଯୋଗିତା କରା ଯାଇଥିଲା ଅପରାହ୍ନ ୪.୩୦ ମିଟିରେ କୁଇଜ୍ ପ୍ରତିଯୋଗିତା କରାଯାଇଥୀଲା ୰ଭକ୍ତି ଭୂଷଣ ତ୍ରିପାଠୀ ସ୍କୃତି ସଂସଦ ଅନୁଯାଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥୀଲା ରଜମହତ୍ସବର ପ୍ରଥମ ସଂଧ୍ୟାରସଭାକାର୍ଯ୍ୟ ଆରମ୍ଭ ହୋଇ ସଭାରେ ପତିତପାବନ ଯୁଵକସଂଘରେ ଉପସଭାପତି
ବିଶ୍ଵ ରଜଂନ ଦାସ ପୌରୋହିତ୍ୟ କରିଥିଲେ । ମୁଖ୍ୟ ଅତିଥି ପ୍ରାକ୍ତନ ପ୍ରାଧ୍ୟାପକ ପ୍ରଫୁଲ କୁମାର ସୁବୁଦ୍ଧି ମୁକ୍ଷବକ୍ତା
କାଶିନାଥ ପଟନାୟକ ପ୍ରବଚକ ଭାବେ ଯୋଗଦେଇ ସଭାକାର୍ଯ୍ୟ ସାଫଲ୍ୟ ମଣ୍ଡିତ କରିଥିଲେ ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇଥିଲା ରଜ ପର୍ବ ଏକ କୃଷିଭିତ୍ତିକ ପର୍ବରେ କୁମାରୀମାନେ ମନ ଆନନ୍ଦରେ ରଜ ପର୍ବକୁ ପାଳନ ସଂପର୍କରେ ମୁଖ୍ୟବକ୍ତା ଆଲୋକପାତ କରିଥିଲେ ମୌସୁମୀ ଆଗମନରେ କୃଷକମାନଙ୍କ ମନର ଅଫୁରନ୍ତ ଆନନ୍ଦ ଓ ରଜ ପର୍ବର ମହାତ୍ମ ସଂପର୍କରେ ମୁଖ୍ୟବକ୍ତା ଆଶ୍ରୀମୋଚନ ପ୍ରଦାନ କରିଥିଲେ ସଂପାଦକ ଗଙ୍ଗାଧର ମାର୍ଥା ସଂପାଦକୀୟ ବିବରଣୀ ପାଠ କରିଥିଲେ ସଭା ମଧ୍ୟରେ ଉତ୍କଳିକା ସାହୁଙ୍କର ଓଡ଼ିଶୀ ଡ୍ୟାନ୍ସ ଦର୍ଶକ ମାନଙ୍କ ହୃଦୟ ଜୟକରିଥିଲା ପରେ ଉପାନ୍ତ ଖବର ସାମ୍ଵାଦିକ ମାନସ ରଂଜନ କରଙ୍କୁ ଉତ୍ତରୀୟ ପ୍ରବାସୀ ପତ୍ର ତଥା ଫୁଲତୋଡ଼ା ଦେଇ ସମ୍ମାନିତ କରାଯାଇଥିଲା ଶେଷରେ ସଂଯୋଜକ ତଥା ଉପଦେଷ୍ଟା ଦିବାକର ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଅନ୍ୟବାଦ ପ୍ରଦାନ କରିଥିଲେ
