June 14, 2026
ajiro khabar
Share

 

 

୧-ଭୁବନେଶ୍ୱର:ବରଷକେ ଥରେ ଆସିଛି ରଜ…ଆଜି ପହିଲି ରଜ, ମେହେନ୍ଦି ଲଗାଇକାକୁ ସବୁଠି ଭିଡ଼,ଆମିଷ ଜମିବ,ଦୋଳି ଖେଳ ବି।

 

୨-ଭୁବନେଶ୍ୱର:JEE ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୁଯୋଗ; ଜୁଲାଇ ୧୩ରୁ ୧୫ ଯାଏଁ ହେବ ସ୍ପେଶାଲ OJEE ୨୦୨୬।ଅନଲାଇନ ଆବେଦନ ପ୍ରକ୍ରିୟା ଜୁନ୍ ୧୬ରୁ ଆରମ୍ଭ ହୋଇ ଜୁନ୍ ୨୮ ରାତି ୧୧ଟା ପର୍ଯ୍ୟନ୍ତ ଚାଲିବ।

 

୩-ଭୁବନେଶ୍ୱର:ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ୩୫ ଲକ୍ଷ ପରିବାର ପାଇବେ ପକ୍କା ଘର।

 

୪-କେନ୍ଦ୍ରାପଡ଼ା:ବିଡିଓଙ୍କୁ ଦୁର୍ବ୍ୟବହାର ସହ ପୋଲିସକୁ ଆକ୍ରମଣ ଅଭିଯୋଗରେ ଜେଲ୍ ଗଲେ ତିଖିରି ସରପଞ୍ଚ ଚାମେଲି ଓଝା।

 

୫-ମହାକାଳପଡ଼ା:ଚାମେଲି ଓଝାଙ୍କୁ ନ୍ୟାୟ ଦାବିରେ ଥାନା ଘେରାଉ କଲା କଂଗ୍ରେସ।

 

୬-ଭବାନୀପାଟଣା:ଗ୍ୟାରେଜରୁ ବିଏମଡବ୍ଲୁ ନେଇଥିଲେ ମେକାନିକ ; ହାଇୱାକୁ ପିଟି ୨ ମୃତ।

 

୭-ଓଡ଼ିଶାରେ ପ୍ରଭାବହୀନ ହୋଇଯିବ ଏଲନିନୋ! ଚଳିତମାସ ଶେଷରୁ ବଢିପାରେ ବର୍ଷା।

 

୮-ଭୁବନେଶ୍ୱର:ଘର ଭଡ଼ା ବ୍ୟବସ୍ଥାରେ ବଡ଼ ସଂସ୍କାର, ବଦଳିବ ୫୯ ବର୍ଷର ପୁରୁଣା ଆଇନ।

 

୯-ପୁରୀ:ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ; କାର୍ଯ୍ୟରେ ଲାଗିଛନ୍ତି ରଥ ନିର୍ମାଣ ସେବକ।

 

୧୦-ଡିଜି ପାହ୍ୟାକୁ ଗଲେ ଓଡ଼ିଶା କ୍ୟାଡରର ୨ ବରିଷ୍ଠ IPS, IPS ସୁଧାଂଶୁ ଷଡଙ୍ଗୀ ଓ ପଦ୍ମାକର ଏସ୍ ରଣପିସେ ମନୋନୀତ।

 

୧୧-ପଦ୍ମପୁର:ଆକ୍ସନ ମୋଡରେ ବିଜେପୁର ଓ ପଦ୍ମପୁର ପୋଲିସ, ୨୪ ଘଣ୍ଟାରେ ୩ ଅଭିଯୁକ୍ତଙ୍କୁ ଧରିଲା।

 

୧୨-ରାଉରକେଲା:ସଚେତନତା ପରେ ବି ବନ୍ଦ ହେଉନି ଶିଶୁ ଶ୍ରମିକ ପ୍ରଥା; ହୋଟେଲ ଓ ଗ୍ୟାରେଜରେ କାମ କରୁଛନ୍ତି ଶିଶୁ ଶ୍ରମିକ।

 

୧୩-ଅନୁଗୁଳ:ଭିଜିଲାନ୍ସ ଜାଲରେ ଜରପଡା ଏଏସଆଇ,୮ ହଜାର ଲାଞ୍ଚ ନେଉଥିଲେ।

 

୧୪-ଧର୍ମଶାଳା:ଗୁରବାଜଙ୍କ ଶତକ ବେକାର, ଗିଲ୍‌ଙ୍କ ଅପରାଜିତ ଇନିଂସ ବଳରେ ୭ ୱିକେଟ୍‌ରେ ଜିତିଲା ଟିମ୍ ଇଣ୍ଡିଆ।

 

୧୫-ମହିଳା ଟି-ଟ୍ବେଣ୍ଟି ବିଶ୍ଵ କପ୍: ଏଜବାଷ୍ଟନ ଷ୍ଟାଡିୟମରେ ଆଜି ଭାରତ ପାକିସ୍ତାନ ଲଢେଇ।

 

୧୬-ନୂଆ ଦିଲ୍ଲୀ:ଅଷ୍ଟମ ବେତନ ଆୟୋଗର ସର୍ତ୍ତକୁ ମଞ୍ଜୁରୀ ଦେଲେ ସରକାର, ଫିଟମେଣ୍ଟ ଫ୍ୟାକ୍ଟର ୩ ହେଲେ ୪୫ ହଜାର ହୋଇଯିବ ବେସିକ ସାଲାରୀ।

 

୧୭-ନୂଆ ଦିଲ୍ଲୀ:ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ୍ ଧୀରଜ ସେଠ୍‌।

 

୧୮-ଆସାମ:ଏୟାରବେସରେ ଲ୍ୟାଣ୍ଡିଂ ବେଳେ ଖସିପଡିଲା ବିମାନ; ଜଣଙ୍କୁ ଛାଡି ସବୁ ମୃତ।

 

୧୯-ଫ୍ରାନ୍ସରେ ହେବ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ପିଏମ ମୋଦୀଙ୍କ ମଧ୍ୟରେ ସାକ୍ଷାତ, ସୂଚନା ଦେଲା ହ୍ବାଇଟ ହାଉସ୍‌।

 

୨୦-ନୂଆ ଦିଲ୍ଲୀ:ଅନୁପ୍ରବେଶ ରୋକିବାକୁ ଆସାମ ସରକାରଙ୍କ ବଡ଼ ନିଷ୍ପତ୍ତି, ନୂତନ ଆଧାର ପଞ୍ଜିକରଣ ରଦ୍ଦ।

 

୨୧-ଶ୍ରୀଲଙ୍କାନ ଏୟାରଲାଇନ୍ସ ଫ୍ଲାଇଟ ଉପରେ ବଜ୍ରପାତ, ବିମାନରେ ଥିଲେ ୨୦୦ ଯାତ୍ରୀ, ସମସ୍ତେ ସୁରକ୍ଷିତ।

 

🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏

 

💐 *ପହିଲି ରଜର ହାର୍ଦିକ ଶୁଭେଛା ଓ ଶୁଭକାମନା 🙏*