June 12, 2026

କଣ୍ଟେନର ଧକ୍କାରେ ଦୁଇ ଡ୍ରାଇଭର ମୃତ

IMG-20260610-WA0020
Share

 

 

ଭବାନୀପାଟଣା (ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, କେସିଙ୍ଗା ବ୍ଲକ ଅନ୍ତର୍ଗତ, ତୁଣ୍ଡଲା ପଞ୍ଚାୟତ ଅଧିନସ୍ଥ ଖଜୁରୀପଡା ଗ୍ରାମରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇ ଜଣ ଟ୍ରକ ଡ୍ରାଇଭରଙ୍କ ଶୋଚନୀୟ ଭାବରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ମଣ୍ଡିରୁ ଧାନ ଉଠେଇ ଦୁଇଟି ଧାନ ବୋଝେଇ ଟ୍ରକ କେସିଙ୍ଗା ସହର ଠାରୁ ପ୍ରାୟ ପନ୍ଦର କି.ମି ଦୂର ଉତ୍କେଲା ଗ୍ରାମ ସ୍ଥିତ ଓରିଅନ ରାଇସମିଲରେ ଧାନ ଖାଲି କରିବାପାଇଁ ଆସି ରାଇସ ମିଲ ପାର୍ଶ୍ୱ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ ର ଗୋଟିଏ କଡରେ ଲାଗିଥିଲା। ଏହି ଦୁଇଟି ଟ୍ରକର ଡ୍ରାଇଭର ଟ୍ରକରୁ ଓଲ୍ହାଇ ଟ୍ରକ ପାଖରେ ଠିଆହୋଇ କଥାବର୍ତ୍ତା କରୁଥିବାବେଳେ, ଭବାନୀପାଟଣା ପଟୁ (OD 18 L 7888)ନଂ ବିଶିଷ୍ଟ ଏକ କଣ୍ଟେନର ଦ୍ରୁତ ଗତିରେ ଆସି ହଠାତ ନିୟନ୍ତ୍ରଣ ହରାଇ ରାସ୍ତା କଡରେ ଠିଆ ହୋଇଥିବା ଦୁଇଟି ଟ୍ରକକୁ ଜୋରଦାର ଧକ୍କା ଦେବାସହ ପାଖରେ କଥା ହେଉଥିବା ଦୁଇ ଡ୍ରାଇଭରଙ୍କୁ ମଧ୍ୟ ଧକ୍କା ଦେଇ ପ୍ରାୟ ପଚାଶ ଫୁଟ ପର୍ଯ୍ୟନ୍ତ ଘୋସାରି ନେଇଥିଲା। ଏଥିରେ ଦୁଇଜଣ ଡ୍ରାଇଭର ସଙ୍ଗେ ସଙ୍ଗେ ମୃତ୍ୟୁବରଣ କରିଥିଲେ। ଏହି ଦୁର୍ଘଟଣା ଘଟାଇବା ପରେ କଣ୍ଟେନର ଡ୍ରାଇଭର ଜଣକ ଗାଡି ଛାଡି ସେଠାରୁ ଫେରାର ମାରି ସିଧା ଯାଇ କେସିଙ୍ଗା ଥାନାରେ ଆତ୍ମସମର୍ପଣ କରିଥିଲେ। ଏହାପରେ କେସିଙ୍ଗା ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଦୁଇଟି ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଏହି ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି। ଏହି ଦୁଃଖ ଦାୟକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।