ଆଜିର ଖବର..
୧-ପ୍ରକାଶ ପାଇଲା OJEE -୨୦୨୬ ଫଳାଫଳ; ବି.ଫାର୍ମରେ ଶୁଭ୍ରାଂଶୁ ସୂତାର, ଏମ୍ବିଏରେ ତ୍ରିବିକ୍ରମ ପ୍ରଧାନ ଟପ୍ପର, ତୃତୀୟ ସପ୍ତାହରୁ କାଉନସେଲିଂ ଆରମ୍ଭ ହେବ।Rankରେ ଅଛନ୍ତି ୬୨ ହଜାରେ ୬୯୧ ପରୀକ୍ଷାର୍ଥୀ।
୨-ନିଟ୍ ପାଇଁ କଡ଼ା ସୁରକ୍ଷା:୨୧ ଯାଏଁ ଲକଡାଉନ୍ ରେ ପ୍ରଶ୍ନ ପ୍ରସ୍ତୁତକାରୀ, ଫୋନ୍ ଓ ଲାପଟପ୍ ମନା।
୩-ମୟୂରଭଞ୍ଜ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ୟାକେଜ, ୩୯ ଟି ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ।
୪-କାଳବୈଶାଖୀ ତାଣ୍ଡବ ଭିତରେ ମଝି ଆକାଶରେ ବଦଳିଲା ରୁଟ୍; ପୁରୀରେ ଜରୁରୀ ଅବତରଣ କଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର।
୫-ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ, ଝଡ଼ବର୍ଷା ନେଇ ଆଜି ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି।
୬-ମୁନ୍ନାଭାଇ MBBS’ ଷ୍ଟାଇଲ୍ ରେ କପି, ପ୍ୟାଣ୍ଟରେ ମୋବାଇଲ୍, କାନରେ ଇୟରବଡ୍।OPSC ପରୀକ୍ଷାରେ ଏମିତି ଚିଟିଂ ରାକେଟରେ ତିନି ଗିରଫ।
୭-ରାଉରକେଲା:ଜୁଆ ଆଡ୍ଡା ଉପରେ ଚଢାଉ, ୨୮ ଲକ୍ଷରୁ ଅଧିକ ଟଙ୍କା, ସୁନା ଓ ରୂପା ଅଳଙ୍କାର ଜବତ ,୨ ଗିରଫ।
୮-ଡେରାବିଶ, ନିଳକଣ୍ଠପୁର:ରାସ୍ତା କଡରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ, ମୃତ ବ୍ୟକ୍ତି ଶଶି ଶେଖର ପଣ୍ଡା କେନ୍ଦ୍ରାପଡା ଅଗ୍ନିଶମ ବିଭାଗରେ କାର୍ଯ୍ୟରତ କର୍ମଚାରୀ।
୯-ଭୁବନେଶ୍ୱର:ରାଜଧାନୀରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା; ଅପରାହ୍ଣରେ ସୃଷ୍ଟି ହେଲା ସଂଧ୍ୟାର ଭ୍ରମ।ଗଛ ଉପୁଡ଼ିଲା,ହୋର୍ଡିଂ ଭାଙ୍ଗିଲା।
୧୦-କାମାକ୍ଷାନଗର:ଡିୟୁଟିରେ ଥିବା ସମୟରେ ଚାଲିଗଲା ହାବିଲଦାରଙ୍କ ଜୀବନ, ମୃତ୍ୟୁର କାରଣ ଅସ୍ପଷ୍ଟ।
୧୧-ତାଳଚେର:ବ୍ରାହ୍ମଣୀରେ ଅଘଟଣ; ଗାଧୋଇବା ବେଳେ ଭାସିଗଲେ ୩ ସାଙ୍ଗ, ଜଣେ ମୃତ, ୨ ନିଖୋଜ।
୧୨-ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ, ମିଳିଲାଣି ୧ କେଜି ସୁନା,୫ ଟି ଆଲିସାନ କୋଠା ଓ ୧୪ ପ୍ଲଟ।
୧୩-ଭବାନୀପାଟଣା:୩୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ଜଳଛାୟା ସଂଯୋଜିକା ପ୍ରିୟଙ୍କା ଜେନ।
୧୪-ନୂଆ ଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରକୁ ଦାନ ୩ ହଜାର କୋଟି ଟପିଲା।
୧୫-ଅଗଷ୍ଟରୁ ରେଳ ଟିକେଟ୍ ବୁକିଂରେ ହେବ ବଡ଼ ପରିବର୍ତ୍ତନ, ରେଲୱେ ଆଣୁଛି ନୂଆ ଟେକ୍ନୋଲୋଜି।AI ଟେକ୍ନୋଲୋଜି ଦ୍ୱାରା ୱେଟିଂ ଟିକେଟ୍ କନଫର୍ମ ହେବାର ସଠିକ ସମ୍ଭାବନା ମଧ୍ୟ ଅଧିକ ନିଶ୍ଚିତ ହେବ।
୧୬-ପୁଡୁଚେରୀ:ଖାଦ୍ୟରେ ମଲା ପୋକ ପରସିବା Restaurantକୁ ପଡିଲା ମହଙ୍ଗା, କ୍ଷତିପୂରଣ ସହ ଏବେ ମାଗଣା ଦେବ ୧୦ ପ୍ଲେଟ ବିରିୟାନୀ।
୧୭-ଆଫଗାନିସ୍ତାନ ବିପକ୍ଷରେ ଟେଷ୍ଟ କ୍ରିକେଟରେ ଭାରତର ବଡ଼ ଇନିଂସ ବିଜୟ;ମାନବ ସୁଥାରଙ୍କ ଥିଲା ଚମତ୍କାର ପ୍ରଦର୍ଶନ।
୧୮-ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଝଟକା, ଏବେ ବର୍ଷକୁ ୯ ନୁହେଁ ମିଳିବ ୪ ସିଲିଣ୍ଡର।
୧୯-କୋଲକାତା:ଟିଏମସି ଦୁଇଫାଳ ! ୨୦ ସାଂସଦ କହିଲେ ଆମେ ଏନଡିଏରେ ସାମିଲ ହେବୁ।
୨୦-ବେଙ୍ଗଲରେ ସିଏମ୍ ଶୁଭେନ୍ଦୁ ଖୋଲିଲେ ସିବିଆଇର ବେଡ଼ି, ମମତାଙ୍କ ନିଷ୍ପତ୍ତିକୁ ବଦଳାଇଲେ; ଏବେ ତଦନ୍ତ ପାଇଁ ଅନୁମତି ଜରୁରୀ ନୁହେଁ।
୨୧-ଜୁନ ୧୦ରେ ନେହେରୁଙ୍କ ରେକର୍ଡ ଭାଙ୍ଗିବେ ମୋଦୀ; ହେବେ ଦେଶର ଦୀର୍ଘତମ ପ୍ରଧାନମନ୍ତ୍ରୀ।
୨୨-ଆର୍ମେନିଆ ନିର୍ବାଚନରେ ପୁଣି ଜିତିଲା ପ୍ରଧାନମନ୍ତ୍ରୀ ନିକୋଲ ପାସିୟାନଙ୍କ ଦଳ; ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦୀ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
