ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ରେ ଭାଲୁ ଆକ୍ରମଣରେ ବାଳକ ଗୁରୁତର……….

ନବରଙ୍ଗପୁର:-(ଏମ୍.ଦୀନା°ଶୁ ଆଚାରୀ) ଭାଲୁ ଆକ୍ରମଣରେ ଜଣେ ବାଳକ ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅଧିନରେ। ଗୁରୁତର ବାଳକ ଜଣକ ହେଲେ ମୁଣ୍ଡିବେଡା ପଞ୍ଚାୟତ କପାଟ ପାଣି ଗ୍ରାମର ଅନନ୍ତ ସାନ୍ତା (୧୫)। ମିଳିଥିବା ସୂଚନା ଅନୁସାରେ ଅନନ୍ତ ଆଜି ସକାଳ ୧୦ ଘଣ୍ଟା ସମୟରେ ଗ୍ରାମ ନିକଟରେ ଥିବା ଜଙ୍ଗଲ କୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଏକ ଭାଲୁ ନିଜ ଛୁଆକୁ ଧରି ସେହି ରାସ୍ତାରେ ବୁଲୁଥିବା ଦେଖି ଅନନ୍ତ ଦୈାଡିବା ଆରମ୍ଭ କରିଥିଲେ। କିନ୍ତୁ ମାଁ ଭାଲୁ ଅନନ୍ତ ପଛରେ ଦୈାଡି ଆସି ଅନନ୍ତର ମୁଣ୍ଡ ଓ କାନ୍ଧ ରେ ଆକ୍ରମଣ କରିଥିଲା। କିନ୍ତୁ ସୈାଭାଗ୍ୟ ବଶତଃ ଭାଲୁଟି ଅନନ୍ତକୁ ଆକ୍ରମଣ କରିବା ପରେ ଛାଡି ଦେଇ ଛୁଆ ସହ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା। ଗୁରୁତର ଅବସ୍ଥାରେ ଘରକୁ ଫେରିଆସି ଘଟଣା ସମ୍ପର୍କରେ ମା ଓ ବାପା ଙ୍କୁ କହିଥିଲା। ପରିବାର ଲୋକେ ଅନନ୍ତ କୁ ଗୁରୁତର ଅବସ୍ଥାରେ ପ୍ରଥମେ ରାଇଘର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଅନନ୍ତ ଙ୍କ ଅବସ୍ଥା ଗୁରୁତର ହେବାରୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ। ବର୍ତ୍ତମାନ ଅନନ୍ତ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି। ଡ଼ାକ୍ତରଖାନା କର୍ତୁପକ୍ଷଙ୍କ ଠାରୁ ଅନନ୍ତ ବିପଦମୁକ୍ତ ଥିବା ସୂଚନା ମିଳିଛି।
