September 23, 2026

ସୁରଙ୍ଗୀ ସାଗର ନିକଟରେ ଅଟୋ ଦୁର୍ଘଟଣା, ଜଣେ ଗୁରୁତର ସହ ୫ ଆହତ.

IMG-20260602-WA0036
Share

 

 

ଚିକିଟି (ସୁଭଶ୍ରୀ ପ୍ରଧାନ )

ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ସୁରଙ୍ଗୀ ବୃନ୍ଦାବନ ସାଗର ନିକଟରେ ଆଜି ଏକ ଅଟୋ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ଯାତ୍ରୀ ବୋଝେଇ ଅଟୋ ଟି ବାଉଳିଆ ଗ୍ରାମରୁ ପାତ୍ରପୁର ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ସୁରଙ୍ଗୀ ନିକଟସ୍ଥ ବୃନ୍ଦାବନ ସାଗର ନିକଟରେ ଓଟୋ ଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା।

ଦୁର୍ଘଟଣା ସମୟରେ ଅଟୋରେ ଡ୍ରାଇଭର ଙ୍କ ସହ ମୋଟ ୭ ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ସେଥି ମଧ୍ୟରୁ ୫ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣା ପଡିଛି। ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଆହତମାନଙ୍କୁ ସୁରଙ୍ଗୀ ଚିକିତ୍ସାଳୟକୁ ପଠାଯାଇଛି ଏବଂ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।