July 30, 2026

ଗଜପତିରେ କାଳ ବୈଶାଖୀର ତାଣ୍ଡବ….. ବଜ୍ରଘାତ ଯୋଗୁଁ ୪ ଜଣ ମହିଳା ଆହତ, ୩ ବଳଦ ମୃତ              

IMG-20260602-WA0022
Share

 

ପାରଳାଖେମୁଣ୍ଡି୨/୬( ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାରେ କାଳ ବୈଶାଖୀର ତାଣ୍ଡବ ଯୋଗୁଁ ପ୍ରବଳ ବଜ୍ରଘାତ ଜନିତ ଘଟଣାରେ ୪ ଜଣ ମହିଳା ଆହତ ହୋଇଥିବା ବେଳେ ୩ଗୋଟି ବଳଦର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟା ସମୟରେ ଗଜପତି ଜିଲ୍ଲାର ଗୁମ୍ମା ଓ ଗୋଷଣୀ ବ୍ଲକ ଅଞ୍ଚଳରେ ଏହି ଅଘଟଣ ଘଟିଛି. ଗୁମ୍ମା ବ୍ଳକରେ 4 ଜଣ ମହିଳା ବଜ୍ରାଘାତ ଯୋଗୁଁ ଆହତ ହୋଇଛନ୍ତି. ସେମାନେ ହେଲେ ତାଲାଜିଙ୍ଗ ଗ୍ରାମର ମନିକା ମଣ୍ଡଳ, ଜୁସ୍କା ମଣ୍ଡଳ, ଜୁସ୍‌ଟିଲା ମଣ୍ଡଳ ଓ ଖୁଲିମୁଣ୍ଡା ଗ୍ରାମର ରିବିକା ଶବର. ଏହି 4 ଜଣ ଘରେ ବସିଥିବା ସମୟରେ ଘର ନିକଟରେ ବଜ୍ରପାତ ହୋଇଥିବାରୁ ସେମାନେ ଆହତ ହୋଇଥିଲେ। ପରିବାରବର୍ଗ ଓ ଗ୍ରାମବାସୀ ଏହି 4 ଜଣ ଆହତ ମହିଳାଙ୍କୁ ଗୁମ୍ମା ଡାକ୍ତରଖାନାରେ ଭର୍ତି କରିଥିଲେ. ସେମାନଙ୍କୁ ଚିକିତ୍ସା କରାଯିବା ପରେ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି। ସେହିପରି ଏହି ଜିଲ୍ଲାର ରାୟଗଡ଼ ବୃକ୍ ଅଧୀନସ୍ଥ ମାର୍ଲବା ପଞ୍ଚାୟତ ପୁତି ସାହି ଗ୍ରାମର ତେନ୍ତୁଳି ଗଛ ନିକଟରେ ଆଶ୍ରୟ ନେଇଥିବା ୩ଟି ବଳଦ କାଳ ବୈଶାଖୀ ଜନିତ ବଜ୍ରଘାତ ଯୋଗୁଁ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ମୃତ ବଳଦଗୁଡ଼ିକ ଚାଷୀ ଗେଡ଼ୁ ବଡରଇତ, ମାମିନା ବଡ଼ ରଇତ ଏବଂ ଦୁଆରି ଗମାଙ୍ଗଙ୍କର ବୋଲି ଚିହ୍ନଟ କରାଯାଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି