June 3, 2026

କୋରାପୁଟ ସ୍ଥିତ କୋଲାବ ଜଳଭଣ୍ଡାରରେ ଚାଲିବ ଇଭି ବୋଟ୍।

IMG-20260602-WA0001
Share

ଜୟପୁର : କୋରାପୁଟ ସ୍ଥିତ କୋଲାବ ଜଳଭଣ୍ଡାରରେ ଚାଲିବ ଇଭି ବୋଟ୍। ରାଜ୍ୟ ସରକାରଙ୍କ ଏହି ଘୋଷଣାକୁ ଜିଲ୍ଲାବାସୀ ସ୍ଵାଗତ କରିଥିବା ବେଳେ ଏହା ଦ୍ଵାରା ପର୍ଯ୍ୟଟନର ବିକାଶ ସହ ସ୍ଥାନୀୟ ଯୁବକଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କୋରାପୁଟର କୋଲାବ ଜଳଭଣ୍ଡାର ପାହାଡ଼, ଜଙ୍ଗଲ ଓ ବିସ୍ତୀର୍ଣ୍ଣ ଜଳରାଶି ମଧ୍ୟରେ ଏହି ସ୍ଥାନ ଦୀର୍ଘ ଦିନ ଧରି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି। ପ୍ରଥମ ପର୍ଯ୍ୟାୟରେ କୋଲାବ ଜଳଭଣ୍ଡାରରେ ଇଭି ବୋଟ୍ ସେବା ଆରମ୍ଭ ହେବ । ପଣ୍ଡି ଘାଟରୁ ଏହି ସେବା ଆରମ୍ଭ କରାଯିବାକୁ ଯୋଜନା ଥିବା ଜଣାପଡ଼ିଛି । ଇଭି ବୋଟ୍ ଚଳାଚଳ ଆରମ୍ଭ ହେଲେ ପର୍ଯ୍ୟଟକମାନେ ଜଳଭଣ୍ଡାରର ମନୋରମ ଦୃଶ୍ୟକୁ ଆହୁରି ନିକଟରୁ ଉପଭୋଗ କରିପାରିବେ । ଏହି ନିଷ୍ପଭିକୁ ସାଧାରଣରେ ସ୍ଵାଗତ କରାଯାଇଥିବା ବେଳେ ସ୍ଥାନୀୟ ବୋଟ୍ ଚାଳକମାନଙ୍କ ପାଇଁ ମଧ୍ୟ ଦାବି ଉଠିଛି । ଦୀର୍ଘଦିନ ଧରି ଏହି ଅଞ୍ଚଳରେ ବୋଟ୍ ଚଳାଇ ଜୀବିକା ନିର୍ବାହ କରୁଥିବା ଯୁବକମାନଙ୍କୁ ଇଭି ବୋଟ୍ ପରିଚାଳନା ପ୍ରଶିକ୍ଷଣ ଦେଇ ଏହି ଯୋଜନାରେ ସାମିଲ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।(ଗୁପ୍ତେଶ୍ୱର ରଥ କୋରାପୁଟ)

You may have missed